-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Jan-2025
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ) )
ଦିନକପରେ ଆରମ୍ଭ ହେବ ସମ୍ବଲପୁର ଲୋକ ମହୋତ୍ସବ । ଏଥିପାଇଁ ଗୁରୁବାର ସମ୍ବଲପୁର ଜିଲାପାଳ କାଯର୍ୟାଳୟ ସ୍ଥିତ ପ୍ରେକ୍ଷାଳୟରେ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଆସନ୍ତା ୪ ତାରିଖରୁ ଅଇଁଠାପାଲି ସ୍ଥିତ ବୀରସା ମୁଣ୍ଡା ମଇଦାନ (ପିଏଚଡ଼ି ପଡିଆ)ରେ ହେବାକୁଥିବା ୨୭ ତମ ଲୋକ ମହୋତ୍ସବରେ ଚଲିତ ବର୍ଷ ୧୨ ଶହରୁ ଉର୍ଧ୍ୱ ଲୋକ କଳାକାର ସାମିଲ ହେବେ । ଖବର ଦାତା ସମ୍ମିଲନୀରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଥିଲେ ଯେ , ସମ୍ବଲପୁରର ଇତିହାସ ଏବଂ ସଂସ୍କୃତି ବହୁ ପୁରାତନ । ଲୋକ ମହୋତ୍ସବ ଜରିଆରେ ଆମେ ଆମର ସଂସ୍କୃତିକୁ ଲୋକଙ୍କୁ ଦେଖାଇବା ସହ ଦେଶର ସଂସ୍କୃତି ବିଷୟରେ ମଧ୍ୟ ଜାଣିପାରିବା । ଚଲିତ ବର୍ଷ ଲୋକ ମହୋତ୍ସବ ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୬ ତାରିଖ ପଯର୍ୟନ୍ତ ଚାଲିବ । ତା ସହ ୭ ତାରିଖରେ ବଲିଉଡର ଲୋକପ୍ରୀୟ କଳାକାର ଶାନ ଯୁବ ଉତ୍ସବରେ ସାମିଲ ହେବା ନେଇ ଜିଲାପାଳ ସୂଚନା ଦେଇଥିଲେ । ସେହିପରି ୮ ତାରିଖ ସନ୍ଧ୍ୟାରେ ରାଜ୍ୟର ପ୍ରତିଷ୍ଠିତ ଯୁବ କଳାକାର ମାନେ ସାମିଲ ହେବେ । ସମ୍ବଲପୁର ଲୋକ ମହୋତ୍ସବ ୧୯୯୭ ମସିହାରେ ପ୍ରଥମ ଥର ଆୟୋଜନ କରାଯିବା ପରେ ସାରା ରାଜ୍ୟରେ ଲୋକ ମହୋତ୍ସବର ଧାରା ଆରମ୍ଭ ହୋଇଥିଲା । ଚଲିତ ବର୍ଷ ସମ୍ବଲପୁର ଲୋକ ମହୋତ୍ସବ ୨୭ ବର୍ଷରେ ପଦାର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ବିଗତ ବର୍ଷ ମାନଙ୍କ ଠାରୁ ଆହୁରି ଭବ୍ୟ ଭାବରେ ଆୟୋଜନ କରିବା ନେଇ ମହାନଗର କମିଶନର ବଦଭୂଷଣ କରିଥିଲେ । ବିଗତ ବର୍ଷରେ ରହିଥିବା ବିଭିନ୍ନ ସମସ୍ୟାଗୁଡିକୁ ଚଲିତ ବର୍ଷ ଦୁର କରାଯିବା ସହ ପାକିଂ ଏବଂ ଯାତାୟତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା କମିଶନର ସୂଚନା ଦେଇଛନ୍ତି । ଆସନା୪ ତାରିଖ ସକାଳେ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସମଲେଇ ମନ୍ଦିରରୁ ଆରମ୍ଭ ହେବାକୁଥିବା ଏହି ଶୋଭାଯାତ୍ରାରେ ଜାତୀୟ ଦଳ ସହ ୫୦୦ ଲୋକ କଳାକାର ସାମିଲ ହେବେ । ଏହାପରେ ୪ ତାରିଖ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକ ମହୋତ୍ସବକୁ ବିଧବଦ୍ଧ ଭାବେ ଉଦଘାଟନ କରିବାର କାଯର୍ୟକ୍ରମ ରହିଛି । ଦ୍ୱିତିୟ ସନ୍ଧ୍ୟାରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ତୃତୀୟ ସଂଧ୍ୟାରେ ସାଂସ୍କୃତି ମନ୍ତ୍ରୀ ସୂଯର୍ୟବଂଶୀ ସୁରଜ ଅତିଥି ଭାବରେ ଯୋଗ ଦେବେ । ଚତୁର୍ଥ ସନ୍ଧ୍ୟାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେବାର କାଯର୍ୟକ୍ରମ ସ୍ଥିର କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି । ସେହିପରି ଲୋକ ମହୋତ୍ସବରେ ଆସାମର ବଡୋ ଏବଂ ବିହୁ ଦଳ, ଗୁଜରାତର ସିଦ୍ଧି ଦମାଳ, ମହାରାଷ୍ଟ୍ରର ଲାବଣୀ, ଝାରଖଣ୍ଡର ସୁରୁଲିଆ ଛଉ, ହରିୟାଣାର ଘୁମର ଏବଂ ଫାଗ ଲୋକ ନୃତ୍ୟ ଦଳ ସାମିଲ ହେବେ । ଏହାସହିତ କାଯର୍ୟକ୍ରମରେ ୯ ଟି ଲେଖାଏଁ ରାଜ୍ୟ ସ୍ତରୀୟ ଦଳ, ଜିଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଲୋକ କଳାକାର ମାନେ ଯୋଗ ଦେବେ ବୋଲି ଲୋକ ମହୋତ୍ସବର ମୁଖ୍ୟ ସଂଯୋଜକ ପ୍ରଫୁଲ୍ଲ ହୋତା ସୁଚନା ଦେଇଛନ୍ତି । ଏହାସହ ଲୋକ ମହୋତ୍ସବରେ ଲୋକ ସଙ୍ଗୀତ ପାଇଁ ବର୍ଷିୟାନ କଣ୍ଠଶିଲ୍ପୀ ଭାରତୀ ରାୟ, ଲୋକନୃତ୍ୟ କଳାକାର ସୁରଥ ଚନ୍ଦ୍ର ନାୟକ, ପାରମ୍ପାରିକ ଲୋକ ନୃତ୍ୟ ବିଭାଗରେ ଖତୁନାଥ ପିଙ୍ଗ , ଲୋକ ସାହିତ୍ୟ କ୍ଷେତ୍ରରେ ସତ୍ୟନାରାୟଣ (ବବଲୁ)ବାଗ ନାଟକ କ୍ଷେତ୍ରରେ ଉତ୍ତମ ବେହେରା, ଏବଂ ଚିତ୍ରକଲା କ୍ଷେତ୍ରରେ ବୃନ୍ଦାବନ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯିବାର ଯୋଜନା ରହିଛି । ଆଗାମୀ ଦିନରେ ସମ୍ବଲପୁର ଲୋକ ମହୋତ୍ସବର ଜାତୀୟ ମାନ୍ୟତା ପାଇଁ ଲଢେଇ କରାଯିବ ବୋଲି ମହୋତ୍ସବର ସଂଯୋଜକ ପ୍ରଫୁଲ୍ଲ ହୋତା ସୁଚନା ଦେଇଛନ୍ତି । ଚଲିତ ବର୍ଷ କଳାକାର ମାନଙ୍କ ପାଇଁ ସ୍ବୟଂସିଦ୍ଧା ହଷ୍ଟେଲ ଠାରେ ରହଣୀ ବ୍ୟବସ୍ଥା କରାଯାଇଥିବା ମହାନଗର କମିଶନର ସୁଚନା ଦେଇଥିଲେ । ଗଣମାଧ୍ୟମ ଉପସମିତି ର ଆବାହକ ଭବାନୀ ଶଙ୍କର ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ଲୋକ ମହୋସବର ସଂଯୋଜକ ରଞ୍ଜନ ସାହୁ, ଜିଲା ସଂସ୍କୃତି ଅଧିକାରୀ ମାମୁନୀ ଆଚାଯର୍ୟ, ଜିଲା କ୍ରୀଡା ଅଧିକାରୀ ଡ. ସତ୍ୟନାରାୟଣ ତାଣ୍ଡୀ ରହିଥିଲେ ।