-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Jan-2025
ବଲାଙ୍ଗୀର/ଦେଓଗାଁ(ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଦେଷଣ୍ଢ ଚାନ୍ଦିଲିପାହାଡ ପାଦଦେଶରେ ୮ମ ଚାନ୍ଦିଲି ପାହାଡମହୋତ୍ସବ ଉଦଘାଟିତ ହୋଇଯାଇଛି । ମହୋତ୍ସବ କମିଟୀ ଆବାହକ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶନାରାୟଣ ସିଂଦେଓ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ସମ୍ମାନୀତଅତିଥି ଭାବରେ ପୂର୍ବତନମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ,ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୈାରାଧ୍ୟକ୍ଷା ଲିକା ସାହୁ ,ଆଇନଜୀବି ତଥା କୋସଲବାଦୀନେତା ପ୍ରମୋଦ ମିଶ୍ର,ପୂର୍ବତନ ବ୍ଲକଅଧ୍ୟକ୍ଷା ରୀନା ମେହେର,ଦେଷଣ୍ଢ ସରପଞ୍ଚ ଯଶୋଦା ମେହେର,ଜିଲ୍ଲାପରିଷଦ ସଭ୍ୟା ସୁମତି ସେଠ,ମମତା କୁମୁରା,ପୂର୍ବତନ ଜିଲ୍ଲାପରିଷଦସଭ୍ୟ ସୁଶିଳ ଚାନ୍ଦ ପ୍ରମୁଖ ଯୋଗଦେଇଥିଲେ । ମହୋତ୍ସବକୁ ବିଧାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଗାମୀ ଦିନରେ ଚାନ୍ଦିଲି ପାହାଡକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ସରକାରଙ୍କ ଉପରେ ଦାବୀ ରଖି ପଦକ୍ଷେପ ନିଆଯିବ ଏବଂ ଚାନ୍ଦିଲି ପାହାଡରେ ବିଭିନ୍ନ ଶିଳାଲିପି, ଗୁମ୍ଫା, ଜଳସ୍ରୋତ ରହିଥିବାରୁ ଏହାର ବିକାଶ ହେଲେ ଅଞ୍ଚଳର ବିକାଶ ନିଶ୍ଚିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ବହୁଦିନରୁ ଏହି ଅଞ୍ଚଳର ଲୋକ ପୂର୍ବତନମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ,ଯୁବନେତା ଅର୍କେଶନାରାୟଣ ସିଂଦେଓ ଓ ତାଙ୍କୁ ଡାକି ଚାନ୍ଦଲିପାହାଡର ବିକାଶ ପାଇଁ ଦାବି କରିଥିଲେ । ସେ ସମୟରେ ରାଜ୍ୟସରକାରଙ୍କ ପକ୍ଷରୁ ପର୍ଯ୍ୟଟନବିଭାଗ ପକ୍ଷରୁ ୧କୋଟି ଓ ରାସ୍ତା ପାଇଁ ଆରଡିବିଭାଗ ପକ୍ଷରୁ ୩କୋଟି ଟଙ୍କା ମଞ୍ଜୁର କରାଯାଇଥିଲା ଯାହାକି ଏବେ କାମ ଚାଲିଛି । ଆଗକୁ ଏହି ପୀଠର ଆହୁରି ବିକାଶ ପାଇଁ ରାଜ୍ୟସରକାରଙ୍କୁ ୧୦କୋଟି ଟଙ୍କା ଓ ଭୁଲିଆକଟା ଉନ୍ନତିକରଣ ପାଇଁ ୫କୋଟି ଟଙ୍କା ମଗାଯାଇଛି ବୋଲି ବିଧାୟକ କହିଥିଲେ । ଦେବକୀ ସାହୁ ଓ ଲିକା ସାହୁ ତାଙ୍କ ବକ୍ତବ୍ୟରେ ଏ ଅଞ୍ଚଳର ଲୋକଙ୍କ ମିଳିତ ଉଦ୍ୟମରେ ଏତିକି ବିକାଶ ହୋଇଛି ଓ ଆଗକୁ ଆହୁରି ବିକାଶ ହେବ ବୋଲି ମତଦେଇଥିଲେ । କୋସଲବାଦୀ ନେତା ତଥା ଆଇନଜୀବି ପ୍ରମୋଦ ମିଶ୍ର ଯୋଗଦେଇ ସରକାରମାନେ ଆମ ଅଞ୍ଚଳକୁ ଅବହେଳିତ କରିରଖିଛନ୍ତି ଓ ଗନ୍ଧମାର୍ଦ୍ଦନ ଭଳି ଅନେକ ପାହାଡକୁ ଖଣିିଲିଜ ଦେବାକୁ ଅପଚେଷ୍ଟା କରୁଛନ୍ତି । ତେଣୁ ପାହାଡ ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ଏ ଅବସରରେ ବିଶିଷ୍ଟ ସମ୍ବଲପୁରୀ ଗିତିକାର ତଥା ପ୍ରଶାସକ ସ୍ୱର୍ଗତ ଚିତ୍ତରଞ୍ଜନ ନାଏକ, ବିଶିଷ୍ଟ ମୃଦଙ୍ଗବାଦକ ଟିକିରାପଡାର ଘନଶ୍ୟାମ ରାଜପଲିଆ, କଳାକାର ନବଦୀପ ଚାନ୍ଦ, ପୂର୍ବତନ ସରପଞ୍ଚ ସରୋଜକୁମାର ସାଏ, ଭୁମିସୁତା ବେହେରା, ସୁରେନ୍ଦ୍ର ସାଏ, ସ୍ୱଂୟମ୍ବର ମେହେର, ପ୍ରଭାସ ପୋଢ, ସ୍ୱର୍ଗତ ନବୀନ କିଶୋର ଧରୁଆ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ପୁଇଁନ୍ତଲା ସରପଞ୍ଚ ଦେବକୀ ସେଠ ପ୍ରମୁଖଙ୍କୁ ଚାନ୍ଦିଲି ପାହାଡ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଅପରାହ୍ନରେ ଓରମାସ ତରଫରୁ ଲଗାଯାଇଥିବା ଲଘୁବନଜାତ ଦ୍ରବ୍ୟ ତଥା ବାବିଯୋର ଗାଁ କଲ୍ୟାଣୀ ଓ ଗଙ୍ଗା ସ୍ୱଂୟ ସହାୟକ ଦଳ ତରଫରୁ ଜୈବିକ ଅର୍କର ଷ୍ଟଲ ଗୁଡିକୁ ବଲାଙ୍ଗିର ଓରମାସ ପିଡି କମଲେନ୍ଦୁ ପଲଙ୍କ ଦ୍ୱାରା ଉଦଘାଟନ ହୋଇଥିଲା । ପ୍ରତ୍ୟହ ରାବଣ ଦରବାର ଶୁଭମ ଘିଭେଲା ଓ ଟିମ ଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବାବେଳେ ବରଗଡ ଭୁତିବାହାଲର ଢୁଲଫୁଲ କଲାପରିଷଦ ଓ ବରଗଡର ରମାକାନ୍ତ ବେହେରା ଓ ସାଥିଙ୍କ ଦ୍ୱାରା ଘୁଡଖା ଓ ବନ୍ଧପଡା କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ବନ୍ଧପଡା ସରପଞ୍ଚ ଘୁଣ୍ଡୁଗୋପାଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ପ୍ରହରୀ, କପିଳେନ୍ଦ୍ର ଦାସଙ୍କ ଦ୍ୱାରା ଅଖଣ୍ଡ ବିଶ୍ୱଶାନ୍ତି ମହିମାଯଜ୍ଞ ସମେତ ମୀନା ବଜାର ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମକୁ ଦେଷଣ୍ଢ ଗ୍ରାମବାସୀ ସହଯୋଗ କରିଥିଲେ l