-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସହରର ତୁଳସୀ ନଗର ସ୍ଥିତ ସମସ୍ତ ବାସିନ୍ଦା ଏକ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି। ପାରିବାରିକ ଗୀତ ନାଚ ଓ ଭୋଜି ଭାତ ନକରି ୨୦୨୫ କୁ ସ୍ଵାଗତ କରିବା ସହିତ ଓଡ଼ିଆ ଅସ୍ମିତା କୁ ବଜାୟ ରଖି ୧ ତାରିଖ ସକାଳୁ ସମସ୍ତେ ପରସ୍ପର କୁ ନବବର୍ଷ ର ଶୁଭେଚ୍ଛା ଦେବା ସହିତ ଏକାଠି ସୁନ୍ଦରା କାଣ୍ଡ ପରିବେଷଣ ରେ ଯୋଗ ଦେଇଥିଲେ। ଏଥିରେ ବ୍ୟାସ ପ୍ରଦ୍ୟୁମ୍ନ କୁମାର ମିଶ୍ର ଓ ପାଳିଆ ଗୋବିନ୍ଦ ସାହୁ ସୁଲଳିତ କଣ୍ଠ ରେ ସୁନ୍ଦରା କାଣ୍ଡ ପରିବେଷଣ କରି ଉପସ୍ଥିତ ସମସ୍ତ ଶ୍ରୋତା ଙ୍କୁ ଏକ ଆଧ୍ୟାତ୍ମିକ ପରିବେଶରେ ବାନ୍ଧି ରଖିଥିଲେ। ସଙ୍ଗୀତରେ ସୁଦାମ ବିଶି, ଦିଲ୍ଲିପ ବେହେରା ଓ ସୋମିତ୍ରି ମଲ୍ଲିକ ପ୍ରମୁଖ ସଙ୍ଗୀତର ଉତ୍କର୍ଷତା ବଢ଼ାଇଥିଲେ। ଯୁବଶିଳ୍ପୀ ଅଙ୍କିତ ଷଡ଼ଙ୍ଗୀ ଭଜନ ପରିବେଷଣ କରି ଶ୍ରୋତାଙ୍କୁ ଚମତ୍କୃତ କରିଥିଲେ।ଅପରାହ୍ନ ରେ ସମସ୍ତେ ଏକାଠି ପରିବାର ତଥା ଦେଶର ମଙ୍ଗଳ କାମନା କରି ପ୍ରଭୁ ରାମଚନ୍ଦ୍ର ଙ୍କ ନିକଟରେ ପ୍ରାର୍ଥନା କରିବା ପୂର୍ବକ ସମସ୍ତେ ସାମୁହିକ ପ୍ରସାଦ ସେବନ କରିଥିଲେ।