-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
12-Dec-2024
ସୋନପୁର - (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ଶ୍ରୀ ରାଧା ମାଧବ ମନ୍ଦିର ଘୋଡ଼ାଘାଟ ପଡ଼ା ଠାରେ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ମହା ସମାରୋହରେ ପାଳନ କରା ଯାଇଛି l ପୁରୀ ଶ୍ରୀ ରାମଜୀ ମଠ ର ମହନ୍ତ ଶ୍ରୀ ଶ୍ରୀ ବଂଶୀ ଧର ଦାଶ ଜୀ ମହାରାଜ ଙ୍କ ତତ୍ତ୍ୱl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପୂଜକ ବାସୁ ଦେବ ଶତପଥି ଓ ଆନନ୍ଦ ପୁଝାରୀ ଙ୍କ ଦ୍ବାରା ରିତୀ ନୀତି ସହ ପୂଜା କରାଯାଇ ଶ୍ରୀ ରାଧା ମାଧବ ମହାପ୍ରଭୁ ଙ୍କ ଠାରେ ୧୦୮ ପ୍ରକାର ଅନ୍ନ ମିଷ୍ଟାନ୍ନ ଭୋଗ ଅର୍ପଣ କରା ଯାଇଥିଲା l ଦୀର୍ଘ ଦଶ ବର୍ଷ ଧରି ଏହି ଉତ୍ସବ ପାଳନ କରି ଆସୁଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରଭୂ ଙ୍କ ପରମ ଭକ୍ତ ଶ୍ରୀ ଶ୍ରୀବତ୍ସ ମଲ୍ଲିକ, ଦାମୋଦର ନାଏକ, ବ୍ରଜ ଗୋପାଳ ପୁଝାରୀ, ଗୋପାଳ ପଧାନ, ଶିବ ନାରାୟଣ ସରାଫ, ସୁର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ସହଯୋଗ କରିଥିଲେ l ଶତାଧିକ ମହିଳା ପୁରୁଷ ଭକ୍ତ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ରାଧା ମାଧବ ମହା ପ୍ରଭୁ ଙ୍କ କୃପା ଲାଭ କରିଥିଲେ ଓ ମହନ୍ତ ମହାରାଜ ଙ୍କ ଦର୍ଶନ ଲାଭ କରିଥିଲେ l