-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
11-Dec-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଶେଷ ସୀମାରେ ଅବସ୍ଥିତ ଧୁମାଭଟା ଗ୍ରାମ ପଞ୍ଚାୟତ ଧୁମାଭଟା ଗ୍ରାମ ଏକ ବହୁ ଜନସଂଖ୍ୟା ବିଶିଷ୍ଟ ଗାଁ। ଏହି ଗାଁ ରେ ଅବସ୍ଥିତ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଏକ ଇଂରାଜୀ ବିଦ୍ୟାଳୟ ମଧ୍ୟ ଅଛି। ଏହି ଗାଁ ରେ ରହିଛି ଫରେଷ୍ଟ ସେକ୍ସନ, ବିଦ୍ୟୁତ ଗ୍ରୀଡ ଏବଂ ମନ୍ଦିର । ଏହି ଗ୍ରାମବାସୀମାନେ ଅନେକ କ୍ରୀଡ଼ା ପ୍ରତିଯୋଗିତା ଓ ମହୋତ୍ସବ ପାଳନ କରି ଅଞ୍ଚଳରେ ବେଶ୍ ପରିଚିତ ଥିବାବେଳେ ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ବିଶେଷ ଅଛନ୍ତି। ଏହି ଗାଁ ର ଅବସରପ୍ରାପ୍ତ ଶିକ୍ଷକ, ବୁଦ୍ଧିଜୀବୀ ଏବଂ ବରିଷ୍ଠ ଲୋକଙ୍କ ମତରେ ଏକ ଶିଶୁ ଉଦ୍ୟାନ କରିବାକୁ ମତ ପ୍ରକାଶ କରିଛନ୍ତି। ଏଥିପାଇଁ ଯୁବ ସରପଞ୍ଚ ବନମାଳୀ ନାଏକ ଙ୍କ ନେତୃତ୍ୱରେ ଆଜି ଗ୍ରାମ ର ଅନେକ ଯୁବପିଢୀ ମନରେଗା ଯୋଜନାରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କରିବା ପାଇଁ ବ୍ଳକ ପ୍ରଶାସନ କୁ ଏକ ଦାବିପତ୍ର ପ୍ରଦାନ କରି ଜଣାଇଛନ୍ତି। ଉକ୍ତ ଦାବିପତ୍ର ଟି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ ଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ର ଦେବା ସମୟରେ ସରପଞ୍ଚ ବନମାଳୀ ନାଏକ ଙ୍କ ଗ୍ରାମର ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।