-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
27-Nov-2024
କଣ୍ଟାବାଞ୍ଜି(କୈଳାଶ ସଗ୍ରୀଆ) ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ତିନି ଦିନିଆ ପ୍ରୟୋଗ ତାଲିମ କାର୍ଯ୍ୟକ୍ରମ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାର ଅନୁଷ୍ଠିତ ହୋଇଥିଲା।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶିଙ୍କ ମାର୍ଗ ଦର୍ଶନରେ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ, ଡିକୋଡିଂ, ପଠନ,ଲିଖନ ଓ ମୌଖିକ ଭାଷାର ବିକାଶ ଉପରେ ସାଧନକର୍ମୀ ମମତା ପଣ୍ଡା, ଅଞ୍ଜଳି ମାଝୀ, ଅନୁପ କୁମାର ଦାସ, ଅମରକାନ୍ତ ବେହେରା ତାଲିମ ପ୍ରଦାନ କରିଥିଲେ।ଏହି ତାଲିମରେ ଶିକ୍ଷୟିତ୍ରୀ ସବିତା ମହାପାତ୍ର, କୁସୁମ ନାଗ,ଶାନ୍ତିଲତା ଭୋଇ,ପୁଷ୍ପାଞ୍ଜଳି ମହାପାତ୍ର, ସଂଘମିତ୍ରା ପାଣିଗ୍ରାହୀ, ସବିତା ପାଣିଗ୍ରାହୀ,ଜୟନ୍ତୀ ଷଡ଼ଙ୍ଗୀ,ରୀନା ଦୀପ,ଶୋଭାଗିନି ମେହେର,ସୁଧା ଜାଲ,ସୀମା ମୁଗ୍ରୀ,ପ୍ରମିଳା ମାଝୀ,ଶାନ୍ତିପ୍ରିୟା ଦାସ,ଶିକ୍ଷକ ପ୍ରଦୀପ ପାଣିଗ୍ରାହୀ, ମୋହନ ମହାପାତ୍ର,ସୌରଭ ବେହେରା, ଡିଙ୍ଗର ମାଝୀ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ।