-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
24-Nov-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ରବିବାର ଏନ.ସି.ସି. ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାସୁଦେବ ଛତ୍ରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏନ.ସି.ସି. ପତାକା ଉତ୍ତୋଳନ କରିବା ସହିତ ବକ୍ତବ୍ୟ ରଖିଥିଲେ। କଲେଜ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏନ.ସି.ସି.ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I କ୍ୟାପଟେନ୍ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ ୫୨ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ I ଏସୟୁଓ ଦୀପକ ରଣା, ସତ୍ୟସାୟୀ ମହାକୁର, ଶୁକଦେବ ଖଣ୍ଡଗିରୀ, ଅଜିତ ଧରୁଆ, ଗଙ୍ଗା ଭୋଇ, ରାଧାରାଣୀ ଦାଶ, ଅମ୍ବୁ ସେଠୀ, ନମିତା ଭୁଏଁ, ଦଶରଥ ମେହେର ପ୍ରମୁଖ ପ୍ୟାରେଡ୍ ପରିଚାଳନାରେ ସହଯୋଗ କରିଥିଲେ।