-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||     

HOME   ଜିଲ୍ଲା

ଜୀବନ ନାଟକରେ ଖୁସିର ସନ୍ଧାନ କରୁଛନ୍ତି ନଟ

16-Sep-2024



ବରଗଡ଼/ରେଙ୍ଗାଲିକ୍ୟାମ୍ପ(ପ୍ରେରଣା ଖବର): ନଟ ଜାନି।ବୟସ  ୪୦  ବର୍ଷ ।ଅତାବିରା ବ୍ଲକ  ଟାଙ୍ଗରପାଲି ପଞ୍ଚାୟତ ଅନ୍ତର୍ଗତ ଆମଝର ରେ ତାଙ୍କର ଘର ।  ଘର ର ଆର୍ଥିକ ଅସୁବିଧା ହେତୁ ନଟ ଅଦୌ  ପାଠ ପଢି ପାରି ନଥିଲେ ।  କିନ୍ତୁ ପୁଅ ଝିଅଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବେ ବୋଲି ତାଙ୍କର ବଡ  ସପ୍ନ ଥିଲା । ହେଲେ  ଦଇବ ତାଙ୍କ  ଭାଗ୍ୟରେ  ଏତେ ଦୁଃଖ ଲେଖି ରଖିଛି ତାଙ୍କୁ ଜଣା ନଥିଲା ।ତାଙ୍କର  ଡାହାଣ ଗୋଡ଼ ର ରକ୍ତ ନଳୀ କ୍ରମେ ସୁଖିଯାଇ ରକ୍ତ ସଞ୍ଚାଳନ  ଆଉ ଗୋଡ଼ରେ ହୋଇ ପାରିଲା ନାହିଁ । ଗୋଡ଼ରେ ଯନ୍ତ୍ରଣା ହୋଇ ଆଉ ସେ ଚଲାବୁଲା  କରିପାରିଲେ ନାହିଁ । ବୁର୍ଲା କୁ ତାଙ୍କର ଚିକିତ୍ସା  ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ଅପରେସନ କଲେ ଭଳ ହେବ ବୋଲି କହିଥିଲେ ।କିନ୍ତୁ ଅପରେସନ ପାଇଁ ତାଙ୍କ ପାଖରେ  ଟଙ୍କାଟିଏ ବି ନଥିଲା ।ତେଣୁ ପତ୍ନୀ   ଅନ୍ୟ ଉପାୟ ନ ପାଇ  ରାସନ୍ କାର୍ଡ କୁ ୫୦୦୦ ଟଙ୍କା ରେ ବନ୍ଧା ପକାଇ  ସ୍ବାମୀଙ୍କର ଅପରେସନ କରାଇଥିଲେ । ବୁର୍ଲା ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା କରାଯାଉଥିବା କଥା କୁହାଯାଉଛି, କିନ୍ତୁ ନଟ  ଙ୍କ ଅପରେସନ ପାଇଁ ପଇସା ନେବା ସହ ତାଙ୍କୁ ଅନେକ ହଇରାଣ ହରକତ ବି କରାଯାଇଥିବା   କହନ୍ତି ନଟ ଙ୍କର୍ ସ୍ତ୍ରୀ। କିନ୍ତୁ  ବିଡମ୍ବନା ଯେ ଏହି ଅପରେସନ ପରେ ମଧ୍ୟ ନଟ ଙ୍କ ଗୋଡ଼ ଭଳ ହୋଇ ନଥିଲା । ତାଙ୍କ ପାଦ ଗଣ୍ଠି ଫୁଲି ଯାଇ ସେଥିରୁ  ପାଣି ବାହାରୁଛି । ଚାଲି ପାରୁ ନାହାନ୍ତି। ଦୀର୍ଘ ଆଠ ବର୍ଷ ହେଲା ସେ  ଶଯ୍ୟାଶାୟୀ  ଅଛନ୍ତି। କୁଆଡେ କାମଧନ୍ଦା କରିବାକୁ ଯାଇ ପାରୁ ନାହାଁନ୍ତି ।  ପରିବାର ଚଳାଇବା  ପାଇଁ ସେ ଏବେ ଅସମର୍ଥ । ନଟ ଙ୍କ  ପୁଅ ହେମନ୍ତ  ସମ୍ବଲପୁର ଜିଲ୍ଲାୁ  ର ବୈଜା ମୁଣ୍ଡା  ସେବାଶ୍ରମ ସ୍କୁଲ୍ ରେ ହଷ୍ଟେଲ ରେ ରହି ଅଷ୍ଟମ ଶ୍ରେଣୀ ପଡୁଛି ଓ ଝିଅ  ମୁକ୍ତା ଗାଁ ସ୍କୁଲ୍ ରେ ଚତୁର୍ଥ ଶ୍ରେଣୀ ରେ ପଢେ ।ପୁଅ ଝିଅଙ୍କ ଖର୍ଚ୍ଚ ସହ ପରିବାର  ଚଳାଇବା ପାଇଁ  ନଟ ଙ୍କ  ଆର୍ଥିକ  ସ୍ଥିତି ପ୍ରତିକୂଳ ହୋଇପାରିଲା ନାହିଁ ।କାରଣ  ଘର ଖଣ୍ଡିକ ଛଡା ସମ୍ପତ୍ତି ବୋଲି କିଛି ନାହିଁ । ବର୍ତ୍ତମାନ ଘର ଖଣ୍ଡିକ ମଧ୍ୟ ପାଳଟଣl ଅବସ୍ଥାରେ । ଏହି ଘର ଖଣ୍ଡିକ ନଟ ଙ୍କ ସ୍ତ୍ରୀ ନାମରେ  ଇନ୍ଦିରା ଆବାସ ରେ  ଆସିଥିଲା ୧୨ ବର୍ଷ ପୂର୍ବରୁ । ତତ୍କାଳୀନ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ବାମୀ ନିଜେ  ୧ ଲକ୍ଷ ୨୦ ହଜାର ଟଙ୍କାର ବ୍ୟୟ ଅଟକଳ ମୂଲ୍ୟରେ   ନିର୍ମାଣ କରିଥିଲେ ।କିନ୍ତୁ  ତାହା ମଧ୍ୟ ଅସମ୍ପୂର୍ଣ୍ଣ  ହୋଇ ପଡ଼ିଛି ।ଘର ପ୍ଲାଷ୍ଟର ହୋଇନି କି ଝରକା କବାଟ ବି  ଲାଗିନି। ନାମକୁ ମାତ୍ର ଇନ୍ଦିରା ଆବାସ ।ଏବେ ଏହାର ଛାତରୁ ମଧ୍ୟ ପାଣି ଝରୁଛି । ବିନା କବାଟ ଝରକା  ରେ ପାଳ ଟାଣି ରହୁଛନ୍ତି ପରିବାର । କିନ୍ତୁ ଅଟକଳ ମୂଲ୍ୟର ସବୁ ଟଙ୍କା ଉଠାସରିଛି ବୋଲି ଦୃଢୋକ୍ତୀ ପ୍ରକାଶ କରିଛନ୍ତି ନଟ ଙ୍କ ସ୍ତ୍ରୀ ।
ପରିତlପ୍ ର ବିଷୟ ଯେ ଏମିତି ଗରିବ  ପରିବାର  ଙ୍କ ଗୃହ ନିର୍ମାଣ ରେ ମଧ୍ୟ ବାଟ ମାରଣା   କରାଯାଉଛି।ଏମିତି ପରିସ୍ଥିତି ରେ  ନଟ ଙ୍କ ସ୍ତ୍ରୀ ପଦାକୁ ଗୋଡ଼  କାଢିବା ପାଇଁ ବାଧ୍ୟ ହୋଇଛନ୍ତି । କୁଲି ମଜୁରୀ କରି ଦିନକୁ  ଦେଢ଼ ସହ ରୁ ଦୁଇ ଶହ ଟଙ୍କା ରୋଜଗାର କରି ପରିବାର ଚଳାଉଛନ୍ତି । ନଟ ଙ୍କ ବାପା  ୫ ବର୍ଷ ହେଲା ଆରପାରିରେ ।୬୫ ବର୍ଷିଆ  ମାଁ  ପୁଅର

ଶଯ୍ୟାଶାୟୀ ହେବl ଦେଖି ମାନସିକ ସ୍ତରରେ  ଭାଙ୍ଗି ପଡିଛନ୍ତି । ପରିବାର ର ଅର୍ଥ ଚିନ୍ତା ସାଙ୍ଗକୁ  ବୃଦ୍ଧା ଶାଶୁ ଓ   ଶଯ୍ୟାଶାୟୀ ସ୍ବାମୀ  ଙ୍କ ସେବା ଯତ୍ନ   ଓ ପୁଅଝିଅଙ୍କୁ ମଣିଷ କରିବା ଚିନ୍ତା ।ଯାହା ଶ୍ରମ କରି ଦୁଇ ପଇସା  ରୋଜଗାର କରନ୍ତି ସେଥିରେ  ବି ପରିବାର ଚଳିବା କଷ୍ଟକର ହୋଇପଡେ। ଏମିତି ପରିସ୍ଥିତିରେ  ପରିବାର ରହୁଥିବା ଦେଖି  ଗ୍ରାମର ଅଙ୍ଗନୱାଡି  ପକ୍ଷରୁ ୨ ବର୍ଷ ପୂର୍ବେ  ତାଙ୍କୁ ଏକ ପ୍ଲାଷ୍ଟିକ  ଡାଲିଆ ଦେଇଥିଲେ । ନଟଙ୍କର ଗୋଡ଼ ହାତ ଧୋଇବା ରେ କାମରେ ଲଗାଇବା ପାଇଁ । ଏମିତି ଦୁଃଖ ଦୁର୍ଦ୍ଦଶାରେ  ପରିବାର ରହୁଥିଲେ ମଧ୍ୟ କିଛି ସରକାରୀ ସହାୟତା ଏମାନଙ୍କୁ ମିଳିନାହିଁ । ଗରିବ ମାନଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା , ହେଲେ  ଯୋଗ୍ୟ ହିତାଧିକାରୀ ଙ୍କ ପାଇଁ ସବୁ  ସପ୍ନ  ହୋଇ ରହି ଯାଉଛି ।  ଦାରିଦ୍ର୍ୟତାର ଏହି  ବିକଳ ଦୃଶ୍ୟ ଆଜି ମଧ୍ୟ ଗାଁ ମାନଙ୍କରେ  ଦେଖିବାକୁ  ମିଳୁଛି। ଏମାନଙ୍କୁ ଦେଖିଲେ ଦେଶ ତଥା ରାଜ୍ୟର ବିକାଶ କଥା  କେତେଦୂର ସତ୍ୟ ତାହା କେହି ବି ଅନୁମାନ କରିପାରିବ ।ତେବେ ଦେଖାଯାଉ ଆଉ କେତେଦିନ ପରେ ସରକାରଙ୍କ ସହାୟତା ର ହାତ ପହଞ୍ଚୁଛି ନଟ ଙ୍କ ପାଖରେ ? କେବେ  ସରୁଛି  ନଟ ଙ୍କ ଜୀବନ ସଂଗ୍ରାମ  ର ନାଟକ?


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026

You Might Also Like