-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
16-Sep-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଏକ ଦାଦନ ଜିଲ୍ଲା ଭାବେ ପରିଗଣିତ ହେଉଥିବାବେଳେ ବର୍ତ୍ତମାନ ଦାଦନ ଋତୁ ର ଆଗମନ ହୋଇଯାଇଛି। ନବାନ୍ନ ପୂର୍ବରୁ ଦାଦନ ଶ୍ରମିକ ମାନଙ୍କୁ ସର୍ଦ୍ଦାର ମାନେ ବଇନା ଦେଇ ସାରିଥିବା ବେଳେ ନବାନ୍ନ ସରିଯାଇଛି। ଏବେ ଦାଦନ ଚାଲାଣ ଆରମ୍ଭ ହେବା କୁ ଯାଉଥିବାବେଳେ କିଛି ଦାଦନ ସର୍ଦ୍ଦାର ଦାଦନ ଶ୍ରମିକ ଚାଲାଣ କରିବାକୁ ଲାଗିଲେଣି। ଦାଦନ ଋତୁ ର ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ଦ୍ବାରା ବେଆଇନ ଦାଦନ ଚାଲାଣ କରୁଥିବା ଶ୍ରମିକ ଓ ସର୍ଦ୍ଦାର ଗିରଫ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବେଲପଡା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗାଁ ର ଦାଦନ ସର୍ଦ୍ଦାର ରତ୍ନା ବାଗ ୨୦ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବଙ୍ଗୋଲୋର ଚାଲାଣ କରୁଥିବା ବେଳେ ବେଲପଡା ପୋଲିସ ହାତରେ ଧରାପଡିଛି । ଉଦ୍ଧାର ଶ୍ରମିକ ଙ୍କ ମଧ୍ୟରେ ଛତିଶଗଡ଼ର ୫ ଜଣ,ଡୁଙ୍ଗରିଗୁଡା ର ୯ ଜଣ, ପାଟଣାଗଡ଼ ଥାନା କର୍ଲାମାଲ ଗ୍ରାମ ର ୨ ଜଣ , ଖପ୍ରାଖୋଲ ବ୍ଳକ ଭରୁଆମୁଣ୍ଡା ଗାଁ ର ୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସର୍ଦ୍ଦାର ରତ୍ନା ବାଗ କୁ ଗିରଫ କରାଯାଇଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି।