-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
16-Sep-2024
ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ସହରର ବେହେରାପାଲି ଠାରେ ରହୁଥିବା ଦୁଇ ଯୁବକ ସଂକିତ୍ ଏବଂ ପ୍ରିତମ ପିଲାଟି ଦିନରୁ ନିଜ ଗୋଡ଼ରେ ଛିଡ଼ା ହେବାର ପ୍ରୟାସ ଜାରି ରଖିଛନ୍ତି। ବଲାଙ୍ଗୀର ସହରରେ ନିଶାଖୋର ଅବସ୍ଥାରେ ଅନେକ ଘୁରି ବୁଲୁଥିବା ବେଳେ ଏହି ଦୁଇଜଣ ଯୁବକ ନିଜର ପେଟପାଟଣା ପାଇଁ ଦିନ ରାତି ଦୁଇ ଚକିଆ ଚାରି ଚକିଆ ଗାଡ଼ି ଗୁଡ଼ିକ ଧୋଇ ନିଜର ଗୁଜୁରାଣ ମେଣ୍ଟାଉଥିବା ଦେଖିବାକୁ ମିଳିଛି। ବେହେରାପାଳି ଗ୍ରାମର ରାଜୁ ମାଝି ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେମାନେ ନିଜକୁ ସ୍ବାବଲମ୍ବୀ କରିବାର ରାସ୍ତା ବାଛି ନେଇଛନ୍ତି।ଏହି ଦୁଇ ଜଣ ଯୁବକ ଅନୁରୋଧ କରିଛନ୍ତି ଯେତେବେଳେ ମଧ୍ୟ ଆବଶ୍ୟକ ପଡେ ସେମାନେ ଘର ମାନଙ୍କୁ ଯାଇ ଉଚିତ୍ ଦାମ ନେଇ ଗାଡ଼ି ସଫା କରିବେ ବୋଲି ଜଣାଇଛନ୍ତି। ଯେଉ ଯୁବ ଗୋଷ୍ଠୀ କାର୍ଯ୍ୟ ନ ପାଇ ନିରାଶ ହୋଇ ନିଶା ର ଆଶ୍ରୟ ନେଉଛନ୍ତି ସେମାନେ ଏହି ଦୁଇ ଯୁବକ ଙ୍କ ଭଳି ନିଜକୁ କାର୍ଯ୍ୟ ରେ ନିୟୋଜିତ କଲେ ଆଗାମୀ ଦିନରେ ସେମାନେ ନିଜକୁ ସ୍ବାବଲମ୍ବୀ କରିବା ସହ ଏକ ଉତ୍ତମ ନାଗରିକ ହୋଇପାରିବେ।