-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଏନ୍‌ଏଚ୍ ରାସ୍ତା ଉପରେ ୨ମାସ ହେଲା ପଡି ରହିଥିବା ଇଟା ବାଲି କାହାର ? ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ ଖବର, ବିନା ଅନୁମତି ରେ ଚାଲିଛି କାମ

16-Sep-2024



ବଲାଙ୍ଗୀର,(ପ୍ରେରଣା ଖବର)-ବଲାଙ୍ଗିର ସହର ମଧ୍ୟଦେଇ ଯାଇଥିବା ଏନଏଚ୍ ୨୦୧ ବରଗଡ-ବୋରିଗୁମା ରାସ୍ତା ଉପରେ ଦୀର୍ଘଦିନ ହେଲା ପଡି ରହିଛି ଇଟା ଓ ବାଲି । ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ତାଙ୍କର ମଧ୍ୟ ଏଥିପ୍ରତି ଧ୍ୟାନ ନାହିଁ । କିଛିଦିନ ତଳେ ନୂଆଁଖାଇ ସମୟରେ ଓଡିଶାର ଉପମୁଖ୍ୟମନ୍ତ୍ରୀ, ବଲାଙ୍ଗିର ସାଂସଦ ଏବଂ ସ୍ଥାନୀୟ ବିଧାୟକ ମଧ୍ୟ ଏହି ରାସ୍ତା ଦେଇ ତାଙ୍କ ପେଲେସକୁ ଯାଇଥିଲେ ନୂଆଁଖାଇବାକୁ । କିନ୍ତୁ କାହାରି ନଜର ଏହି ମୁଖ୍ୟରାସ୍ତାରେ ପଡି ରହିଥିବା ଇଟା ବାଲି ଉପରେ ପଡି ନଥିଲା ।   ପ୍ରକାଶ ଯେ, ପିଡବ୍ଲୁଡି କାର୍ଯ୍ୟାଳୟ ପାଖରେ ଥିବା ଟିପିଡବ୍ଲୁଡିଏଲ ଗ୍ରିଭେନ୍ସସେଲ୍ ଫୋରମ କାର୍ଯ୍ୟାଳୟ ସମ୍ମୁଖରେ ଥିବ ଏନଏଚ୍ ରାସ୍ତାକୁ ଲାଗି ଚାଲିଥିବା ଅବୈଧ ନିର୍ମାଣ କାମକୁ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କାମ ବନ୍ଦ ଥିବା ଦେଖିବାକୁ ମିଳିଛି । କିନ୍ତୁ ୨ମାସ ହେଲା ଏହି ରାସ୍ତା ଉପରେ ଇଟା ଓ ବାଲି ପଡି ରହିଥିବା ଏବଂ ଏହା ଯୋଗୁଁ ଦୁର୍ଘଟଣାମାନ ଘଟୁ ଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଆମେ ଏନଏଚ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ଆମେ ଜାଣି ନାହୁଁ, ଏହା ବଲାଙ୍ଗିର ମୁନିସିପାଲିଟି କାମ କରୁଥିବ ବୋଧେ । ତେବେ ମୁନିସିପାଲିଟି ଆପଣଙ୍କ ବିଭାଗରୁ ଅନୁମତି ନେଇଛନ୍ତି କି ବୋଲି ପଚାରିବାରୁ ନେଇ ନାହାନ୍ତି, ଆମେ ତାଙ୍କୁ ଚିଠି କରିବୁ ବୋଲି ବହୁ ହାଲୁକା ଭାବରେ ଉତ୍ତର ରଖିଥିଲେ ଅଧୀକ୍ଷଣ ଯନ୍ତ୍ରୀ । ପରେ ଏନେଇ ଆମେ ବଲାଙ୍ଗିର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଇଂ ବିଶ୍ୱମ୍ବର ମିଶ୍ରଙ୍କ ସହ ଆଲୋଚନା କରିଥିଲୁ । ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ ଏହି କାମ ପାଇଁ ଏନଏଚ୍ ରୁ କୌଣସି ଅନୁମତି ଅଣାଯାଇ ନାହିଁ । ଗତ ଜିଲ୍ଲାପାଳଙ୍କ ସମୟରେ ସୌନ୍ଦର୍ଯ୍ୟକରଣ କରିବା ନେଇ ଆଲୋଚନା ହୋଇଥିଲା । ସୌନ୍ଦର୍ଯ୍ୟକରଣ ପାଇଁ ଛୋଟ ବାଡ ଦେଇ ଗଛ ଲଗା ଯିବାର ବ୍ୟବସ୍ଥା କରାଯାଇଛି । ବଲାଙ୍ଗିର ସହରର ବହୁ ଯାଗାରେ ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ବାଡ ଦେଇ ଗଛ ଲଗାଯାଇଛି । କିନ୍ତୁ ତାର ଦେଖାରେଖା କରାଯାଉଛି କି ବୋଲି ପାଚାରିବାରୁ ତାହା କରାଯାଇ ପାରୁନାହିଁ ବୋଲି ଉତର ରଖିଥିଲେ ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିନା ଦେଖାରେଖାରେ ସୌନ୍ଦର୍ଯ୍ୟକରଣ ନାଁରେ ବାଡ ଦେଇ କିଛି ଗଛ ଲାଗାଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା କେତେ ଯୁକ୍ତିଯୁକ୍ତ । ଅନ୍ୟପଟେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ସ୍ଥାନମାନଙ୍କର ଦେଖାରେଖା କରା ନଯିବାରୁ ଉକ୍ତ ସ୍ଥାନମାନଙ୍କ ଅନାବନା ଗଛ ଲତା ହେବା ସହ ଉକ୍ତ ସ୍ଥାନ ଗୁଡିକ ଅସୁନ୍ଦର ଦେଖାଯାଉଛି ଏବଂ ସଂଧ୍ୟା ହେଲେ ଆସାମାଜିକ ଯୁବକମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଓ ମଦ ଗଂଜେଇର ଆସର ଜମୁଥିବା ଦେଖିବାକୁ ମିଳୁଛି । ଏପରିକି କାମ ଚାଲିଥିବା ସ୍ଥାନରେ କୌଣସି ସୂଚନାଫଳକ ନଥିବା କିଏ କାମ କରୁଛି, କେତେ ଟଙ୍କାର କାମ, କି କାମ କରାଯାଉଛି, କେବେ ଆରମ୍ଭ ହେଲା କେତେ ଦିନରେ କାମ ସଂପୂର୍ଣ୍ଣ ହେବ କାହକୁ ଜଣା ନାହିଁ । ସୌନ୍ଦର୍ଯ୍ୟକରଣ ନାଁରେ ଏହା କିଛି ଠିକାଦାରଙ୍କୁ ତୁଷ୍ଟିକରଣ କରିବା ଏବଂ ଟଙ୍କା ବାଟମାରଣ କରିବାର ମାଧ୍ୟମ ବୋଲି ଚର୍ଚ୍ଚା ହେଉଛି । ତୁରନ୍ତ ରାସ୍ତା ଉପରେ ପଡି ରହିଥିବା ଇଟା ବାଲି କୁ ରାସ୍ତା ଉପରୁ  ହଟାଇବା ସହ ବିନା ଅନୁମତିରେ ତିଆରି ହୋଇଥିବା ଏହି ବାଡକୁ ଭାଙ୍ଗିବା ପାଇଁ ସାଧାରଣରେ ଦାବି ହେଉଛି । ନଚେତ ଆଗାମୀ ଦିନରେ ଯଦି କୌଣସି ବଡ ଦୁର୍ଘଟଣା ଘଟେ ତେବେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like