-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
(ମିହିର ଶଙ୍କର ପାତ୍ର,)
ରବିବାର ୧୫ ତାରିଖ ଦିନ ବିଜେପି ର ସଦସ୍ୟତା ଅଭିଯାନ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତମାତା ଙ୍କ ପୂଜାର୍ଚ୍ଚନା ପରେ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉପସ୍ଥିତ ରହି ଅଧିକ ରୁ ଅଧିକ ସଭ୍ୟ ସଂଗ୍ରହ ପାଇଁ କର୍ମୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସୋମନାଥ ପୂଜାରୀ ଯୋଗଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର। ଅନ୍ୟ ମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ସଭାପତି କିରଣ ରାଓ, ସାଧାରଣ ସଂପାଦକ ମହେଶ ପାତ୍ର ଓ ଭୀମସେନ ଜେନା, ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ରମୋହନ ପାତ୍ର, ହରି ପାଣିଗ୍ରାହୀ, ରତନ କଲାର, ଭେଙ୍କଟ ରାଓ, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଓ୍ବାଇ. ରାଜ କୁମାର, ଲ୍ୟାମ୍ପ ନିର୍ଦେଶକ ସତ୍ୟ ରାଓ, ଡାବୁଗାଁ ଶକ୍ତିକେନ୍ଦ୍ର ପ୍ରମୁଖ ଦିନେଶ ସିଂ, ନରୁ ସିଂ, ହରିହର ଡଙ୍ଗରୀ, ଲକ୍ଷ୍ମୀ ଜାନୀ, ଜ୍ୟୋତ୍ସ୍ନା ନାୟକ, ଦାମ ପ୍ରଧାନ, ଲଚୁ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଦଶମୁ କଲାର , ବାବୁଲି ପାଳ , ବେଣୁଧର ପରିଡ଼ା, ସେବତୀ ସୁନା, ଲକ୍ଷ୍ମୀ ସୁନା, ସବିତା ବାଘ ଙ୍କ ସହ ୨୦ ରୁ ଊର୍ଦ୍ଧ୍ବ ବ୍ୟକ୍ତି ବିଜେପି ରେ ଯୋଗଦାନ କଲେ