-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
ତୁଷୁରା,(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକ ଓ ତୁଷୁରା ଏନଏସି ବିଭିନ୍ନ ସ୍ଥାନ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ନବୀନ ଜୈନ ଗସ୍ତ କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ତାର ସମାଧାନ ଯଥାଶୀଘ୍ର କରିବାକୁ ପ୍ରତିଶୃତି ଦେଇଥିଲେ। ତୁଷୁରାରେ ନୂତନ କୋର୍ଟ ଖୋଳିବା ନେଇ ତୁଷୁରା ବାର ଆସୋସିଏସନ ସହ ଆଲୋଚନା କରିଥିଲେ । ସମରା ଗ୍ରାମର ପାନୀୟଜଳ ସମସ୍ୟା, ଶିକ୍ଷକ ସମସ୍ୟା ନେଇ ଲୋକମାନେ ବିଧାୟକଙ୍କୁ ଜଣାଇଥିଲେ । ସମରା ଗ୍ରାମର ବିକଳାଙ୍ଗ ମଲୟ ପ୍ରଧାନ ୪୫ ବର୍ଷ ବ୍ୟାଟେରୀ ସାଇକେଲ ପାଇଁ ବିଧାୟକ ଶ୍ରୀ ଜୈନଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ବେଳେ ବ୍ୟାଟେରୀ ସାଇକେଲ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏହି ଗସ୍ତରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ଲିସନ ପ୍ରଧାନ, ଜିତେନ୍ଦ୍ର ମହାପାତ୍ର, ଅମିତ ଜୈନ, ଲବ ପ୍ରଧାନ, ପୁରନ ବେହେରା, ଆଦି ଉପସ୍ଥିତ ଥିଲେ।