-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
14-Sep-2024
ଲୋଇସିଂହା, (ବିନୋଦ ଦୀପ) ଓଡ଼ିଶା ସରକାରଙ୍କ ତରଫରୁ ମହିଳା ସଶକ୍ତିକରଣ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ଘରେ ଘରେ ସୁଭଦ୍ରା ଯୋଜନା ପହଞ୍ଚାଇବା ଲକ୍ଷ୍ୟରେ ସାରା ରାଜ୍ୟରେ ବୁଲୁଛି ସୁଭଦ୍ରା ରଥ l ଘରେ ଘରେ ସୁଭଦ୍ରା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଇବା ଓ କିଭଳି ଲୋକେ ଏହାର ସୁଫଳ ପାଇପାରିବେ ସେଥିପାଇଁ ସଚେତନତା ବାର୍ତ୍ତା ଦେବା ସହ ଜନସାଧାରଣ କିପରି ଏହାର ଆବେଦନ ସୁରୁଖୁରୁରେ କରିପାରିବେ ପ୍ରଚାର ମାଧ୍ୟମରେ ଏହି ରଥ ବୁଲୁଅଛି l ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ କରି ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି l ଏହି ପରିପେକ୍ଷୀରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ପଂଚାୟତ ଠାରେ ସୁଭଦ୍ରା ରଥ କୁ ସ୍ୱାଗତ ସମ୍ୱର୍ଦ୍ଧନା କରାଗଲା l ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପିଇଓ ପ୍ରହଲ୍ଲାଦ ବେହେରା, ଏମବିକେ ରଜନୀ ବିଶି, ଏସଏଚଜି ମହିଳା, ଅଙ୍ଗନବାଡି କର୍ମୀ ଓ ଗ୍ରାମ ଲୋକେ ଉପସ୍ଥିତ ଥିଲେ l