-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
14-Sep-2024
ଡୁଙ୍ଗୁରିପାଲି, ତା ୧୪/୯(ପ୍ରେରଣା ଖବର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଲୁଙ୍କେଶ୍ଵର ଆଦିବାସୀ ହାଇସ୍କୁଲ,ସର୍ଗୁଲ ରେ ପ୍ରଧାନ ଶିକ୍ଷକ କୃଷ୍ଣପ୍ରିୟା ସାହାଣୀ ଙ୍କ ଅଧ୍ୟକ୍ଷତାରେ ଆଜି ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜୁନିଅର ରେଡକ୍ରସ ପରାମର୍ଶ ଦାତା ନିମାଇଁ ଚରଣ ମଲ୍ଲିକ ପ୍ରାଥମିକ ଚିକିତ୍ସା ର ଗୁରୁତ୍ବ ବିଷୟ ରେ ଅବଗତ କରାଇ ମୂର୍ଚ୍ଛା, ସକ୍ , ଡି ଆର ଏ ବି ସି ର ଲାଇଫ ଡେମୋ ଦେଖାଇ ଥିଲେ ।ବରିଷ୍ଠ ଶିକ୍ଷକ,ସୋମନାଥ ହାତୀ, ସୁନିଲ କୁମାର ସାହୁ,ହିନ୍ଦୀ ଶିକ୍ଷକ ଗୋପାଲ କୃଷ୍ଣ ସାହୁ,ପ୍ରଫୁଲ୍ଲ କୁମାର ସାହୁ,ପ୍ରମୁଖ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ର ମହତ୍ତ୍ଵ ବିଷୟ ରେ ମତବ୍ୟକ୍ତ କରିଥିଲେ ।
ଛାତ୍ରଛାତ୍ରୀ ମଧ୍ୟ ରେ ଶଶାଙ୍କଶେଖର ଦିଶ୍ରୀ, ଗଜାନନ ଧରୂଆ,ଅରମାନ ସାହୁ, ଚାନ୍ଦିନୀ ସାହୁ,କାୟଲ ମେହେର, ବନିତା ସ। ଦମୟନ୍ତି ବେହରା, ପାୟଲ,ସାନ ଠେଲା,ପ୍ରମୁଖ ନିଜ ନିଜ ର ବକ୍ତବ୍ୟ ରଖି ଦିବସର ଗୁରୁତ୍ୱାରୋପ କରିବା ସହ ପ୍ରାଥମିକ ଚିକିତ୍ସା ର ତଥା ଉପଚାର ର ଜୀବନ୍ତ ଉଦାହରଣ ଦେଖାଇଥିଲେ ।କାର୍ଯ୍ୟକ୍ରମ କୁ ନିମାଇଁ ଚରଣ ମଲ୍ଲିକ ସଂଯୋଜନା କରିଥିଲେ । ଏଥିରେ ସନ୍ତୋଷ ମେହେର, ବଳଦେବ ସ୍ବାଈଁ,ଧନପତି ସାହୁ ସହଯୋଗ କରିଥିଲେ।ଶେଷରେ ଛାତ୍ରୀ ଧରିତ୍ରୀର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।