-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Sep-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ କନ୍ଧେନଝୁଲା ଗ୍ରାମ ପଞ୍ଚାୟତ କଂସାପଲା ଗାଁ ରେ ଜଣେ ଯୁବକ ପୋଖରୀ କୁ କଇଁଫୁଲ ତୋଳିବା କୁ ଯାଇ ଆଉ ଫେରିନଥିଲେ। ସୂଚନା ଅନୁସାରେ ଆଜି ଭୋର୍ ସକାଳୁ ଖପ୍ରାଖୋଲ ଥାନା କଂସାପଲା ଗାଁ ର ଜୟନ୍ତ ବନଗୁଲା (୩୫) ପି.ଉମର ବନଗୁଲା ତାଙ୍କ ଗାଁ ରେ ଥିବା ପୋଖରୀ କୁ କଇଁଫୁଲ ତୋଳିବା ପାଇଁ ଯାଇଥିବା ବେଳେ ସେଠାରେ ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖପ୍ରାଖୋଲ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଳତାଡ଼ କରିଥିବା ବେଳେ ପୋଖରୀ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଏବଂ ଜୟନ୍ତ ବନଗୁଲା ଙ୍କ ଶବକୁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣି ଶବ ବ୍ୟବଚ୍ଛେଦ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।