-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
14-Sep-2024
ରାୟଗଡ଼ା (ସୁପ୍ରିୟା ଷଡଙ୍ଗୀ): ଜିଲ୍ଲାପାଳ, ରାୟଗଡାଙ୍କ ନିର୍ଦ୍ଦେଶ କ୍ରମେ, ତିନି ଜଣ ମାନସିକ ଅନଗ୍ରସର ମହିଳାଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ଉଦ୍ଧାର କରାଯାଇ ସ୍ଵତନ୍ତ୍ର ବାହନ ଯୋଗେ ମାଲକାନଗିରି ସ୍ଥିତ ମିଶନ ଆଶ୍ରା ପୁନର୍ବାସ କେନ୍ଦ୍ରରେ ଥଇଥାନ କରାଯାଇଅଛି । ବିଗତ କିଛି ଦିନ ହେଲା, ଏହି ତିନି ଜଣ ମହିଳା ରାୟଗଡ଼ ସହରର ବିଭିନ୍ନ ଗଳି ଓ ରାସ୍ତା କଡ ରେ ବୁଲିବାର ନଜିର ରହିଥିଲା । ସେଥି ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ତହସିଲଦାର, ରାୟଗଡ଼ ଉଦ୍ଧାର କରି ରାୟଗଡ଼ ସ୍ଥିତ ଜାଗୃତି କେନ୍ଦ୍ରରେ ହସ୍ତାନ୍ତର କରିଥିଲେ । ତା ୧୨.୦୯.୨୦୨୪ ରିଖରେ ଉପଜିଲ୍ଲାପାଳ, ରାୟଗଡ଼, ଶ୍ରୀମତୀ କଲ୍ଯାଣୀ ସଙ୍ଘମିତ୍ରା ଦେବୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ସିମାଞ୍ଚଳ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ, ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଶ୍ରୀ ପ୍ରସାଦ ରାଓ ତାମରାପୁ, କନିଷ୍ଠ ସହାୟକ ତଥା ଓଡିଶା ପୋଲିସ ସହଯୋଗରେ ଅନ୍ୟ ଏକ ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଡ଼ ପ୍ରଦୀପ୍ତ କୁମାର ସୁବୁଦ୍ଧି ଓ ପୂର୍ଣ୍ଣଚନ୍ଦ୍ର କାଦମ୍ବାଲୁ, ସାମାଜିକ କର୍ମୀଙ୍କ ସହାୟତାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ଜାଗୃତି କେନ୍ଦ୍ରର ଅଧକ୍ଷ୍ୟା ଓ ଅନ୍ଯାନ୍ଯ ସହାୟକ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।