-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
13-Sep-2024
ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ )କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଖବର ସରବରାହ ସଂଗଠନ ତାର ୧୦ମ ପ୍ରତିଷ୍ଠା ଦିବସ ଫୁଲବାଣୀ ସ୍ଥିତ ସ୍ଥାନୀୟ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ପାଳିତ ହୋଇଯାଇଛି | ଆଜିର ଉତ୍ସବରେ ସମ୍ବାଦ ଖବର କାଗଜ ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଶ୍ରୀ ସୌମ୍ୟରଂଜନ ପଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ସନମାନୀତ ଅତିଥିଭାବେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ଶ୍ରୀ ଅମୃତ
ଋତୁରାଜ ଜିଲ୍ଲାପାଳ କନ୍ଧମାଳ, ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ଏସପି କନ୍ଧମାଳ, ଅଧ୍ୟାପକ ଶ୍ରୀ ବିଶ୍ୱରଂଜନ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ | ମିଡ଼ିଆ ଫୋରମ ର ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମିଡ଼ିଆ ଫୋରମର ସାଧାରଣ ସମ୍ପାଦକ ଶ୍ରୀ ଶିବ ବିଶ୍ୱାଳ ଅନୁଷ୍ଠାନ ର ବାର୍ଷିକ ବିବରଣୀ ପଠନ କରିଥିଲେ | ଦୁଃଖର ବିଷୟ ଆଜିର ମିଡ଼ିଆ ଫୋରମ ର ୧୦ମ ପ୍ରତିଷ୍ଠା ଦିବସରେ ସଂମାନୟୀତ୍ୱ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ମଧ୍ୟ୍ୟ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ଏବଂ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ପ୍ରଶାସନିକ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥିବା ଯୋଗୁଁ ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ଦୁଖଦଃ ଭାବ ଆଣିଦେଇଥିଲା |
ଆଜିର କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ରବିଦାସ ଙ୍କୁମଧ୍ୟ୍ୟ ମଞ୍ଚରେ ସ୍ୱାଗତ କରାଯାଇଥିଲା | କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚ ପରିଚାଳକ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ବ୍ରଜ ମୋହନ ନନ୍ଦ ଅତି ସୁନ୍ଦର ଭାବେ ବରେଣ୍ୟ ମଂଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ଆଜିର କାର୍ଯ୍ୟକ୍ରମ ରେ ପଢ଼ୋଶୀ ବୌଦ୍ଧ ଜିଲ୍ଲାର ସାମ୍ବାଦିକ ମାନେ ମଧ୍ୟ୍ୟ ଯୋଗଦାନ କରିଥିଲେ ମିଡ଼ିଆ ଫୋରମ ର କାର୍ଯ୍ୟକ୍ରମ ଆରମ୍ବରେ ସମ୍ବାଦ ର ସାମ୍ବାଦିକ ଶ୍ରୀ ରଞ୍ଜନ ପ୍ରଧାନ ଙ୍କୁ ରଚନାତ୍ମକ ପୁସ୍ତକ "" *ଧରଣି ପେନୁ* "" ମଂଚାସୀନ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା | ଏହାପରେ ସାମ୍ବାଦିକତା ଅସ୍ମିତା ର ପରିଚୟ ଉପରେ ଆଲୋଚନା ଆରମ୍ଭ କରାଯାଇଥିଲା | କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରବିଦାସ ଙ୍କର ବୈପ୍ଲବିକ, ସଂଗ୍ରାମୀ ଅଭିଵାଷଣ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ଏହାପରେ ସନମାନୀତ ଅତିଥିଭାବେ ମାନ୍ୟବର ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଥିଲେ କନ୍ଧମାଳ ଜିଲ୍ଲା ହେଉଛି ଓଡିଶାର କେନ୍ଦ୍ର ବିନ୍ଦୁ ଆଉ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଓ ସଂସ୍କୃତି ଭରା ଏହି କନ୍ଧମାଳ ଜିଲ୍ଲା, କାରଣ ଏହି ଜିଲ୍ଲାର ଦକ୍ଷିଣରେ ଗଞ୍ଜାମ ଗଜପତି କୋରାପୁଟ ଆଦିବାସୀ ସଂସ୍କୃତି ପୁରୀ ରହିଥିବା ବେଳେ ପୂର୍ବରେ ରହିଛି ଉପକୂଳ ପରିବେଷ୍ଟନୀ ଆଧ୍ୟାତ୍ମିକ ପୂର୍ଣ୍ଣ ପରିବେଷ୍ଟନୀ ସହିତ ପଶ୍ଚିମରେ ରହିଛି ପଶ୍ଚିମାଞ୍ଚଲ ର ସମ୍ବଲପୁରୀ ସଂସ୍କୃତି ରେ ଭରା ପରିବେଶ, ତେଣୁ ରାଜ୍ୟରେ ଯଦି କନ୍ଧମାଳ ଜିଲ୍ଲାର ଉର୍ନ୍ନତି ହେଇପାରୁନାହିଁ ତାହେଲେ ଓଡିଶା ର ଉର୍ନ୍ନତି ଅସମ୍ଭବ ବୋଲି ସାଂସଦ ଶ୍ରୀ ପାଣିଗ୍ରାହୀ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ | ଏହାପରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ୱରଂଜନ କନ୍ଧମାଳ ର ଅତୀତ, ଫୁଲବାଣୀ ରେ ତାଙ୍କର କଟିଯାଇଥିବା ଦୀର୍ଘ ଦିନର ସ୍ମୃତି ଅନୁଭୂତି ର ଗାଥା ବଖାଣି ଥିଲେ, ଏବଂ ଫୁଲବାଣୀ ସହିତ ତାଙ୍କର ଯେଉଁ ସମ୍ପର୍କ ରହିଛି ତାହା ପାରିବାରିକ କିମ୍ବା ରାଜନୈତିକ, କିମ୍ବା ବନ୍ଧୁ ବାନ୍ଧବ ସମ୍ପର୍କ ନୁହଁ ତାହା ହେଉଛି ଏକ ହୃଦୟର ମନର ଭାବଗତ ସମ୍ପର୍କ ବୋଲି କହିଥିଲେ | ରାଜନେତା କେବଳ ରାଜନୈତିକ ପ୍ରାଣୀ ନୁହନ୍ତି ଆମେ ସମସ୍ତେ ହେଉଛୁ ରାଜନୈତିକ ପ୍ରାଣୀ ବୋଲି ଅବିହିତ କରିଥିଲେ | ଗଣ ମାଧ୍ୟମ ବିବାଦ ସୃଷ୍ଟି କରେ ନାହିଁ ଗଣମାଧ୍ୟମ ବିଚାର ସୃଷ୍ଟି କରେ ବୋଲି କହିଥିଲେ ଅଧ୍ୟାପକ ବିଶ୍ୱରଂଜନ | ବହୁ ଗୁରୁତ୍ୱ ପୂର୍ଣ୍ଣ ସାହିତ୍ୟ ସାରସ, ସାମ୍ବାଦିକତା, ପ୍ରଶାସନିକ ଅପାରଗତା, ରାଜନେତାଙ୍କ ନୀରବତା ଏପରି ବିଭିର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଯାହାକି ଏବେ ଫୁଲବାଣୀ ରୁ ବଦଳି ଯାଇ ନୂତନ କନ୍ଧମାଳ ରେ ରୂପାନ୍ତରିତ ହୋଇଯାଇଛି |
ଏହାପରେ ବରେଣ୍ୟ ମୁଖ୍ୟ ଅତିଥି ତଥା ସମ୍ବାଦ ର ପ୍ରତିଷ୍ଠାତାଙ୍କ ଅଭିଭାଷଣ ପୂର୍ବରୁ କନ୍ଧମାଳ ର ବରିଷ୍ଠ ସାମ୍ବାଦିକ ଶ୍ରୀ ରବିଦାସ ଓ ସ୍ବର୍ଗତ ସାମ୍ବାଦିକ ମହାଦେବ ସାହୁ ଙ୍କୁ ସୂପୁତ୍ର ଶ୍ରୀ ସୁଭାଶିଷ ସାହୁ ଓ ସନମାନୀତ କରାଯାଇଥିଲା, ଓ ବରିଷ୍ଠ ସାମ୍ବାଦିକ ନଜିର ଅଖତାରଙ୍କ ଅନୁପସ୍ଥିତ ରେ ତାଙ୍କର ସୁପୁତ୍ର ଆଲିମ ଅଖତାର ସାମ୍ବାଦିକ ଗୌରବ ସନମାନ ବା ପୁରସ୍କାର ପ୍ରଦାନ କରାଯାଇଥିଲା | ଶେଷରେ ବରେଣ୍ୟ ମୁଖ୍ୟ ଅତିଥି ଶ୍ରୀ ସୌମ୍ୟରଂଜନ ପଟନାୟକ ଗଣମାଧ୍ୟମର ଉପକାରିତା ଅପକାରିତା, ସାମ୍ବାଦିକତା, ଓ ଗଣମାଧ୍ୟମ ର ବ୍ୟବସାୟିକତା ଉପରେ ତୀର୍ଯ୍ୟକ ଆଲୋଚନା କରିଥିଲେ ଓ କହିଥିଲେ ଗଣମାଧ୍ୟମ ଓ ସାମ୍ବାଦିକତା ଏବେ ରାଜ୍ୟରେ ଦେଶରେ ଏକ ସଙ୍କଟ ମଧ୍ୟରେ ଗତିକରୁଛି | ବୈଦୁତିକ ଗଣମାଧ୍ୟମ ଓ ମୁଦ୍ରିତ ଗଣମାଧ୍ୟମ କୁ ସରକାର ବଂଚେଇ ରଖିବା ବଦଳରେ କଣ୍ଠ ରୋଧ କରିବାକୁ ସବୁବେଳେ ପ୍ରୟାସ କରୁଛି ବୋଲି କହିଥିଲେ | ସରକାର ହେଉ କି ଜନତା ହେଉ ଗଣମାଧ୍ୟମ କୁ କେହି ଅଟକେଇ ପାରିବେ ନାହିଁ, ଗଣମାଧ୍ୟମ ଉତଥାନ ଓ ପତନ ଦେଇ ଗତି କରୁଛି ଓ କରୁଥିବ ମଧ୍ୟ୍ୟ | ଏହାପରେ ସୌମ୍ୟ ବାବୁ କହିଥିଲେ କି ସମ୍ବାଦିକ ମାନଙ୍କୁଚତୁର୍ଥ ସ୍ତମ୍ଭ ବୋଲି ସମ୍ବୋଧନ କୁ ଅସ୍ବୀକାର କରିଥିଲେ ଏବଂ କହିଥିଲେ
ସାମ୍ବାଦିକ ମାନେ ଭଗବାନ ଶିବଙ୍କ ପରି ତୃତୀୟ ନୟନ ହେବା ଦରକାର, କାରଣ ଜଣେ ସାମ୍ବାଦିକ ଲୋଭ, ମୋହ, ପରିବାର, ସମ୍ପର୍କ, ଓ ରାଜନୀତି ଠୁ ଉର୍ଦ୍ଧରେ ରହି ସମାଜ ର ମଙ୍ଗଳ ପାଇଁ ଜିଲ୍ଲାର ମଙ୍ଗଳ ପାଇଁ କାର୍ଯ୍ୟକରିବା ଦରକାର ବୋଲି ଆୱାହାନ କରିଥିଲେ | ମାଟି ହେଉଛି ନାଗରିକ ସମାଜ ର ଆଉ ପାର୍ଟି ହେଉଛି ରାଜନୈତିକ ଦଳର, ତେଣୁ ପାର୍ଟି ଚିନ୍ତାଧାରା ହେଲେ ମାଟି ର ଉର୍ନ୍ନତି ପଛରେ ପଡିଯାଉଛି | ୟାକୁ ଆଖିଆଗରେ ରଖି ଉପସ୍ଥିତ ସମ୍ବାଦିକ ଭାଇମାନେ କାର୍ଯ୍ୟକଲେ ସମାଜରେ ବସବାସ କରୁଥିବା ଜନସାଧାରଣ ଙ୍କୁ ଉର୍ନ୍ନତି ହେବା ସହିତ ରାଜ୍ୟର ଉର୍ନ୍ନତି ହୋଇପାରିବ ବୋଲି ନିଜର ବକ୍ତବ୍ୟରେ ବରେଣ୍ୟ ମୁଖ୍ୟ ଅତିଥି ଶ୍ରୀ ସୌମ୍ୟରଂଜନ ପଟନାୟକ ସୁଦୀର୍ଘ ଅଭିଭାଷଣ ରଖିଥିଲେ | କାର୍ଯ୍ୟକ୍ରମ ଅନ୍ତିମ ପର୍ବରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ସାମ୍ବାଦିକ ସଂଗଠକ କୁ ସୁଦୃଢ କରିବା ପାଇଁ ପ୍ରୟାସ କରି ବ୍ଲକ ଗୁଡିକରେ ସମ୍ବାଦିକ ସଂଗଠନ ଗଠନ କରିଥିବାରୁ ସମସ୍ତ ସଂଗଠନ ର ସଭାପତି ଓ ସମ୍ପାଦକ ମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା | ଏହା ସହିତ ପଢ଼ୋଶୀ ବୌଦ୍ଧ ଜିଲ୍ଲାର ସମ୍ବାଦିକ ମାନଙ୍କୁ ମଧ୍ୟ୍ୟ ସମ୍ବର୍ଦ୍ଧିତ କରାଯାଇ ଯିବା ସହିତ ଅକ୍ଷୟ କର୍ଣ୍ଣ ଙ୍କ ପ୍ରଯୋଜିତ ଆଦିବାସୀ ନୃତ୍ୟ ଦଳ ଫିରିଙ୍ଗିଆ କୁ ମଧ୍ୟ୍ୟ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା | କନ୍ଧମାଳ ମିଡ଼ିଆ ଫୋରମ ର ଦଶମ ପ୍ରତିଷ୍ଠା ଦିବସ ଆରମ୍ବ କରିବା ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମ ର ଅନ୍ତିମ ପର୍ବ ପର୍ଯ୍ୟନ୍ତ ଅତି ସୁନ୍ଦର ଭାବେ ଉତ୍ସବ ସଭା ମଞ୍ଚକୁ ପରିଚଲାନା କରିଥିଲେ | ଶେଷରେ ଅତି ସୁନ୍ଦର ଭାବେ ସଭାକାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମଞ୍ଚ ପରିଚାଳନା କରିଥିବାରୁ ତାଙ୍କୁ ମଧ୍ୟ୍ୟ ବରେଣ୍ୟ ଅତୀଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ଶେଷରେ କନ୍ଧମାଳ ମିଡ଼ିଆ ଫୋରମ ର ପୂର୍ବତନ ସଭାପତି ଶ୍ରୀ ସୁନୀଲ କୁମାର ବିଶ୍ୱାଳ ମଂଚାସୀନ ବରେଣ୍ୟ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ ଜରିଥିଲେ |