-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||     

HOME   ଜିଲ୍ଲା

କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘର ସାଧାରଣ ବୈଠକ, ସଂଘର ଆଇନ ପରାମର୍ଶଦାତା ହେଲେ ଭଗବାନ ମହାନ୍ତି ଓ ଅଜିତ ପଟନାୟକ

11-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ସାଧାରଣ ବୈଠକ ଫୁଲବାଣୀ ସ୍ଥିତ ନାରାୟଣୀ କଲ୍ୟାଣ ମଣ୍ଡପରେ ଜିଲ୍ଲା ସଭାପତି ପ୍ରଭାତ କୁମାର ସାହାଣୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା |ଉକ୍ତ ବୈଠକରେ ଜିଲ୍ଲା ଗୃହରକ୍ଷୀ ବାହିନୀରେ କାର୍ଯ୍ୟକରୁଥିବା  କର୍ମଚାରୀ ମାନଙ୍କର ଭବିଷ୍ୟତ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା | ବୈଠକରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟଙ୍କ ତତ୍ବାବଧାନରେ ସଂଘର  ଲାଗିରହିଥିବା ଦୀର୍ଘଦିନର ସମସ୍ୟା ଉପରେ ମଂଚାସୀନ ଅତିଥି ମାନଙ୍କୁ ଅବଗତ କରିଥିଲେ | କନ୍ଧମାଳ ଜିଲ୍ଲାରେ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ ହୋମଗାର୍ଡ କର୍ମଚାରୀ ମାନଙ୍କୁ ନେଇ ଦୀର୍ଘ ବର୍ଷ ହେବ ସଂଘ ଜିଲ୍ଲା ପ୍ରଶାସନ  ଆଇ,ଜି, ଆର୍  ୧୮୬୦, ନିୟମାବଳୀ ଅନୁସାରେ ପଞ୍ଜୀକୃତ କରାଯାଇଛି। ଜିଲ୍ଲା ହୋମଗାର୍ଡ ସଙ୍ଘକୁ ଶୃଙ୍ଖଳିତ,ସୁଦୃଢ କରି ସରକାରୀ ନିୟମ ପ୍ରକାରେ ପରିଚାଳିତ କରିବା ପାଇଁ ଜିଲ୍ଲା ସଂଘର ଆଇନ୍ ପରାମର୍ଶଦାତା ଭାବେ କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ  ଭଗବାନ ମହାନ୍ତି ଏବଂ କନ୍ଧମାଳ ଜିଲ୍ଲା ବିଜେପି ଉପସଭାପତି ତଥା ଓଡିଶା ଉଚ୍ଚନ୍ୟାୟଳୟର ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟନାୟକଙ୍କୁ ସଂଗଠନ ତରଫରୁ ମନୋନୀତ କରାଗଲା l ନବନିଯୁକ୍ତ ଆଇନ ପରାମର୍ଶଦାତାଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା । ନବନିଯୁକ୍ତ ବରିଷ୍ଠ ଆଇନଜୀବୀ ମାନେ ସଂଘର ଉଜ୍ଜଳ ଭବିଷ୍ୟତ ପାଇଁ  ଆଇନଗତ ପରାମର୍ଶ ଦେବା ସହିତ ଆବଶ୍ୟକ ପଡିଲେ ସଂଘ ପାଇଁ ଆଇନ ଅଦାଲତରେ ଲଢେଇ କରି ସଂଘର ଅସୁବିଧା ଦୂର କରି ଗୃହରକ୍ଷୀ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି | ବିଗତ ଦିନରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ଶ୍ରୀମତୀ ମଞ୍ଜୁଳା ନାୟକ ଏବଂ ଅନ୍ୟ ପାଞ୍ଚଜଣ ପୁରୁଷ ହୋମଗାର୍ଡ କର୍ମଚାରୀଙ୍କୁ ନେଇ ୨୦୨୦ ମସିହାରେ ହାଇକୋର୍ଟରେ ହୋମଗାର୍ଡ ବିଭାଗର ବିଭିନ୍ନ ସମସ୍ୟାର  ସମାଧାନ କରିବା ପାଇଁ ଏକ କେସ  ଫାଇଲ କରାଯାଇଥିଲା ବର୍ତ୍ତମାନ ଉକ୍ତ କେସ  ହାଇକୋର୍ଟରେ ଡିଗ୍ରୀ ହାସଲକରିବା ପରେ ସୁପ୍ରିମକୋର୍ଟରେ ବିଚାରଧୀନ  ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପ୍ରକାରେ ବର୍ତ୍ତମାନ ରାଜ୍ୟ ସରକାର ଓଡ଼ିଶାର କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ଖାଲି ପଡିଥିବା ହୋମଗାର୍ଡ ପଦବୀ ପୂରଣ କରିବା ଏବଂ ଚାକିରି କାଳ ମଧ୍ୟରେ  ଯେଉଁ ହୋମଗାର୍ଡ କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି ତାଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେଇ ଉପଯୁକ୍ତ ନ୍ୟାୟ ଦେବା ପାଇଁ  ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶତିଶୃତି ଦେଇଥିବାରୁ ଆଜିର ବୈଠକରେ କନ୍ଧମାଳ ଜିଲ୍ଲା  ହୋମଗାର୍ଡ ସଂଘ ତରଫରୁ ବିଜେପି ର ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି | ଏହାଦ୍ୱାରା ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡ ସହିତ ସେମାନଙ୍କ ପରିବାର ଉପକୃତ ହୋଇପାରିବେ ବୋଲି ରାଜ୍ୟ ସଂଘର ଆବାହକ ତଥା ବରିଷ୍ଠ କର୍ମକର୍ତ୍ତା ବିରାଜ ପ୍ରଧାନ ପ୍ରକାଶ କରିଛନ୍ତି |  ଜିଲ୍ଲା ହୋମଗାର୍ଡ ସଂଘର ଉର୍ନ୍ନତି ପାଇଁ  କନ୍ଧମାଳ ଜିଲ୍ଲାର ମାନ୍ୟବର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ବିଧାୟକ  ଉମାଚରଣ ମଳିକଙ୍କୁ ସଂଘର  ଥିବା ସମସ୍ୟାର ସମାଧାନ  କରିବା ପାଇଁ ଅନୁରୋଧ କରାଯିବ ବୋଲି ବରିଷ୍ଠ ସଦସ୍ୟ ତଥା ଜିଲ୍ଲା ସଭାପତି ପ୍ରଭାତ କୁମାର ସାହାଣୀ କହିଥିଲେ | ମାନ୍ୟବର ସାଂସଦ ଏବଂ ବିଧାୟକ ଗୃହରକ୍ଷୀ ନିଯୁକ୍ତି ସମୟରେ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ପରିବାର ର ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ସରକାର ଏକ ନୂତନ ଆଇନ ପ୍ରଣୟନ

କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଅନ୍ତୁ ବୋଲି ବୈଠକରେ ଅନୁରୋଧ କରାଯାଇଥିଲା | 

       ଆଜିର ବୈଠକରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ନବ ନିଯୁକ୍ତ ଆଇନ୍ ପରାମର୍ଶ ଦାତା ଶ୍ରୀ ଭଗବାନ ମହାନ୍ତି, ଓ ଶ୍ରୀ ଅଜିତ କୁମାର ପଟନାୟକ, ଏବଂ  ଆଇନ୍ ଜୀବୀ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଯୁକ୍ତ ଆଦିତ୍ୟ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ହୋମଗାର୍ଡ ସଂଘର ମିଡ଼ିଆ ସମ୍ପାଦକ ଶ୍ରୀ କ୍ଷୀରୋଦ କୁମାର ସାହାଣୀ , ସାମ୍ୱାଦିକ ଶ୍ରୀ କୁନା ଦିଗାଲ, ଶ୍ରୀ ଅମ୍ବୁଜ ବେହେରା, ହୋମଗାର୍ଡ ସଂଘ ସଭାପତି ଶ୍ରୀ ପ୍ରଭାତ କୁମାର ସାହାଣୀ, ଆବାହକ,ତଥା ଉପ ସଭାପତି, ବିରାଜ କୁମାର ପ୍ରଧାନ,ସମ୍ପାଦନା, ସାଧାରଣ ସମ୍ପାଦକ ଶ୍ରୀ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ, ଶେଖ୍ ରିହାଜୁଦନ, ଉପସଭାପତି ସାଫ୍ରିନ ଖାଁନ, ଜୟନ୍ତୀ ଚୌଧୁରୀ, ସରସ୍ବତୀ ନାୟକ, ଶ୍ରୀ ଶୁଳାପାଣି ସାହାଣୀ, ପ୍ରତାପ କୁମାର ସାହାଣୀ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ, ସଦସ୍ୟା ଏବଂ ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ରହି ବୈଠକରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026

You Might Also Like