-+91-9937148622 |

prerana_bgr@rediffmail.com |

  Friday 24th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ    (24-Apr-2026)       ||      ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା   (24-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   (23-Apr-2026)       ||      ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   (23-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା    (23-Apr-2026)       ||      ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା    (23-Apr-2026)       ||      ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   (23-Apr-2026)       ||      ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   (23-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (23-Apr-2026)       ||      ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ    (23-Apr-2026)       ||      ସୀମାନ୍ତର ଦୁଃଖ ଶୁଣିବାକୁ କେହି ନଥିଲେ,କଥା ଦେଇ କଥା ରଖିଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମୁର୍ଲା ଗ୍ରାମବାସୀ    (23-Apr-2026)       ||      *ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   (23-Apr-2026)       ||      ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   (23-Apr-2026)       ||      ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   (23-Apr-2026)       ||      *ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-   (23-Apr-2026)       ||      ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   (23-Apr-2026)       ||      RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   (22-Apr-2026)       ||      ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା    (22-Apr-2026)       ||      ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ    (22-Apr-2026)       ||      .ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   (22-Apr-2026)       ||     

HOME   ଜିଲ୍ଲା

*ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଉଦଯାପିତ

11-Sep-2024



ନୂଆଦିଲ୍ଲୀ ; ଏଠାକାର ପଶ୍ଚିମ ଦିଲ୍ଲୀ ସ୍ଥିତ ବିକାଶପୁରୀଠାରେ ଚବିଶ ତମ ବାର୍ଷିକ ଗଣେଶ ମହୋତ୍ସବ ମହାସମାରୋହରେ ସମାପନ ହୋଇଯାଇଥିବା ଜଣାଯାଇଛି। ପୂଜା  ଉପଲକ୍ଷେ ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଭାବରେ ସଜ୍ଜା ଯାଇଥିବାର ଦେଖା ଯାଇଥିଲା। ଭକ୍ତିପୂତ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅପରାହ୍ନରେ ମଙ୍ଗଳମୂର୍ତ୍ତିଙ୍କର ପ୍ରତିଷ୍ଠା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ   ଦ୍ଵାରା ସମ୍ପନ୍ନ କରାଯାଇଥିଲା।  ଦିନ ୨: ୩୦ ସମୟରେ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ବର୍ଗଙ୍କ ସହିତ ବୁଦ୍ଧିଦାତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ଗଣେଶ ପୂଜା କମିଟି ଓଡ଼ିଆ ସାମାଜ ଦ୍ଵାରା ଆୟୋଜିତ ଚଳିତ ବର୍ଷର ଶ୍ରୀ ଗଣେଶ ମହୋତ୍ସବକୁ କେନ୍ଦ୍ର କରି ଆୟୋଜକ କମିଟିର ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ସାଧାରଣ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆର୍ଯ୍ୟା ହସ୍ପିଟାଲର ଅଧକ୍ଷ ଡଃ. ମନୀସ ସିଂହ, ବିକାଶପୁରୀଠାରେ ଓଡ଼ିଆ ସାମାଜ ଦ୍ଵାରା ନିୟମିତ ଭାବରେ ଆୟୋଜନ କରାଯାଉଥିବା ବାର୍ଷିକ ଗଣେଶ ପୂଜା ବର୍ତ୍ତମାନ ଏକ ଗଣପର୍ବର ସ୍ଵରୂପ ଧାରଣ କରିଥିବାରୁ ଖୁବ ଆନନ୍ଦ ପ୍ରକାଶ କରିଥିଲେ। ଡଃ. ସିଂହ ଆୟୋଜକ ପୂଜା କମିଟିକୁ ଏଥିପାଇଁ ସାଧୁବାଦ ଜଣାଇ ଏହି ମହାନ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଭାରତୀ ଫାଉଣ୍ଡେସନର ଅଧ୍ୟକ୍ଷ ଅକ୍ଷୟ ସାମଲ, କଳିଙ୍ଗ ବୀର ସେବାସଙ୍ଘର ସଭାପତି ମନୋଜ ସାହୁ ଓ  ଜୀବନଜ୍ୟୋତି  ଡାକ୍ତରଖାନାର ମୁଖ୍ୟ ଡଃ.  ବିନାୟକ ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ।

    ଏହି  ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଓଡ଼ିଶାର ଉଦୀୟମାନ ତାରକା ଗାୟକ ପ୍ରଭୁପାଦ ମହାନ୍ତି ଓ ଗାୟିକା ତନୟା ତନିଶା ଥିଲେ। ଉଭୟ ସେମାନଙ୍କ ଜାଦୁଗରୀ କଣ୍ଠ ସ୍ଵରରେ ଲୋକ ଓ ଲଘୁ ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।  ଶିଶୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଦିବ୍ୟାଂଶୀ ରାଉତଙ୍କର ନୃତ୍ୟ ପ୍ରସ୍ତୁତି ମଧ୍ଯ ଉଚ୍ଚକୋଟୀର ଥିଲା। ରବି ମହାକାଳ ଗ୍ରୁପ ଦ୍ୱାରା ପରିବେଷିତ ପୌରାଣିକ ନୃତ୍ୟ ଅତ୍ୟନ୍ତ ମନୋରଞ୍ଜକ ହୋଇଥିଲା। ପ୍ରାଚୀ, ବର୍ଷା, ରୁଚିସ୍ମିତା ଏବଂ ପ୍ରଜ୍ଞା ପରିମିତାଙ୍କ ଦ୍ଵାରା ପ୍ରସ୍ତୁତ ଦଳଗତ ନୃତ୍ୟ ଦର୍ଶକମାନଙ୍କ ଦ୍ଵାରା ବେଶ ଆଦୃତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ଇପ୍ସା ପ୍ରତିବିମ୍ବିତା ଷଢ଼ଙ୍ଗୀ ବେଶ ସୂଚାରୁ ରୂପେ ସଂଯୋଜନା ଓ ସଞ୍ଚାଳନା କରିଥିଲେ। ଶ୍ରୀ ଗଣେଶ ମହୋତ୍ସବକୁ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ ପୂଜା କମିଟିର ପ୍ରତିଷ୍ଠାତା ସଭାପତି ବିମଳ ଭଳ ଏବଂ ତାଙ୍କର ସହଧର୍ମିଣୀ ମହାକାଂକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।  ଉତ୍ସବ ପରଦିନ ଅପରାହ୍ନରେ ଶ୍ରୀ ଗଣେଶଙ୍କର ପ୍ରତିମାକୁ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଦ୍ଵାରା ଡି.ଜେ. ଏବଂ ବାଦ୍ୟ ବାଜଣା ସହିତ ଜାକଜମକରେ ରୋଷଣୀ କରି ୱାଜିରାବାଦସ୍ଥିତ ଯମୁନା ନଦୀ କୂଳକୁ ନିଆଯାଇ ସେଠାରେ ବିଧି ମୁତାବକ ବିଗ୍ରହଙ୍କର ବିସର୍ଜନ ପର୍ବ ସମ୍ପନ୍ନ କରାଯାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।

      ଶ୍ରୀ ଗଣେଶ ଉତ୍ସବ ପରିଚାଳନା କରିବାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିବା ପୂଜା କମିଟିର ଅନ୍ୟାନ୍ୟ ସଦସ୍ୟବୃନ୍ଦଙ୍କ ମଧ୍ୟରେ ଅଜୟ ସାହୁ, ଅଜିତ ସ୍ୱାଇଁ, ଅନୁପ ସ୍ୱାଇଁ, ବଙ୍କିମ ପରିଡ଼ା, ବିଧାନ ପରିଡ଼ା, ବିକ୍ରମ ଭୂୟାଁ, ଧନେଶ୍ଵର ପରିଡ଼ା, ଗଗନ ସାମଲ, ଗଙ୍ଗାଧର ସାମଲ, ଘନଶ୍ୟାମ ମହାନ୍ତି, ଜୀବନ ନାୟକ, କିରଣ ଧଳ, କିଶୋର ରାୟ, ମନୋଜ ଜେନା, ମନୋଜ ବିଶ୍ଵାଳ, ନାରାୟଣ ବିଶ୍ଵାଳ,  ପ୍ରସନ୍ନ ସ୍ୱାଇଁ, ନିହାର ମହାନ୍ତି, ନିରଞ୍ଜନ ପରିଡ଼ା, ନିଶିକାନ୍ତ ମଣ୍ଡଳ, ପ୍ରବୀର ମଲ୍ଲ, ପ୍ରଦ୍ୟୁମ୍ନ ପ୍ରଧାନ, ରବୀନ୍ଦ୍ର ସୂତାର, ରବୀନ୍ଦ୍ର ଜେନା, ସନାତନ ରାଉତ, ସଞ୍ଜୟ ରାଉତ, ଶଶୀକାନ୍ତ ସାମଲ, ସତ୍ୟବାନ ଭୂୟାଁ, ଶିଶିର ପ୍ରଧାନ, ଶ୍ରୀଧର ସ୍ୱାଇଁ, ସୁନାକର ସାମଲ, ସୁରେଶ ନାୟକ, ସ୍ଵରୂପ ସ୍ୱାଇଁ, ତ୍ରିଲୋଚନ ବାରିକ, ଉମେଶ ସାହୁ, ଶ୍ରୀ ଵିଶାଲ, ସୁଦାମ ନାୟକ, ପ୍ରଦୀପ ସ୍ବାଇଁ, ପ୍ରଦୀପ ନାୟକ, ପ୍ରକାଶ ସାହୁ, ରାଜ କିଶୋର ସାହୁ, ଶ୍ରୀ ରାହୁଲ, ରଞ୍ଜନ ଧଳ ଏବଂ ରଞ୍ଜିତ ପ୍ରଧାନ ପ୍ରମୁଖ ଅନ୍ୟତମ ଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡ.ରଜନୀ ରଞ୍ଜନ ମହାନ୍ତି,  ଅନୀଲ ଜେନା, ସୁରେନ୍ଦ୍ର ମାଣିକ, ସୁଧାଂଶୁ ସାହୁ, ଶରତ ଶର୍ମା, ସୁମନ୍ତ ବିଶ୍ଵାଳ, ସନ୍ତୋଷ ରାଉତ, ଅସୀମା ମହାପାତ୍ର ଏବଂ ରାଜେନ୍ଦ୍ର ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ   24-Apr-2026
  ଜିଲ୍ଲା  
ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା   24-Apr-2026
  ରାଜନୀତି  
ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   23-Apr-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   23-Apr-2026
  ଜିଲ୍ଲା  
ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା   23-Apr-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା   23-Apr-2026
  ଜିଲ୍ଲା  
ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   23-Apr-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   23-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    23-Apr-2026
  ଜିଲ୍ଲା  
ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ   23-Apr-2026
  ଜିଲ୍ଲା  
ସୀମାନ୍ତର ଦୁଃଖ ଶୁଣିବାକୁ କେହି ନଥିଲେ,କଥା ଦେଇ କଥା ରଖିଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମୁର୍ଲା ଗ୍ରାମବାସୀ   23-Apr-2026
  ଜିଲ୍ଲା  
*ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   23-Apr-2026

You Might Also Like