-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
11-Sep-2024
ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ ଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ତରଫରୁ ଚଢ଼ାଉ ଚାଲିଛି।ଏକ କାଳୀନ ଆଠ ଗୋଟି ଟିମ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସ ଭବନ ସହ ଅନେକ ଗୁଡିଏ କୋଠାରେ ଚଢ଼ାଉ କରିଛନ୍ତି।ଆଜିର ଚଢ଼ାଉ ରେ ବ୍ରହ୍ମ ପୁର, ଛତ୍ରପୁର,କନ୍ଧମାଳ, ଗଜପତି ଜିଲ୍ଲାର ଭିଜିଲାନ୍ସ ବିଭାଗ ସାମିଲ ହୋଇଥିଲେ।ସୂଚନାଯୋଗ୍ୟ ଯେ ପ୍ରସନ୍ନ ସ୍ୱାଇଁ ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ ରତ ଅଛନ୍ତି।ଆଜିର ଚଢ଼ାଉ ର ଦୁର୍ନୀତି ନିବାରଣ ବିଭାଗ ଭଞ୍ଜନଗର ବ୍ୟତୀତ ବ୍ରହ୍ମପୁର ରେ ମଧ୍ୟ ଚଢ଼ାଉ ଜାରି ରଖିଛି।ସୂଚନାଯୋଗ୍ୟ ଯେ ସ୍ୱାଇଁ ଙ୍କ ଭଞ୍ଜନଗର ବାଗଦେବୀ ରୋଡ ର ତିନି ମହଲା ବିଶିଷ୍ଟ ଘର, ବ୍ରହ୍ମ ପୁର ତୁଳସୀ ନଗର ଚାରି ମହଲା ଘର, ଭଞ୍ଜନଗର ୬,ନମ୍ବର ୱାର୍ଡ ରେ ନିର୍ମାଣଧୀନ ଦୁଇ ତଳ ବିଶିଷ୍ଟ ଘର, ଭଞ୍ଜନଗର ରଘୁନାଥ ବିହାର ସଂପର୍କୀୟ ଘରେ ଓ ଭଞ୍ଜନଗର ରେ ଥିବା ଜଳସେଚନ ବିଭାଗ କାର୍ଯ୍ୟଳୟ ରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଚାଲିଛି ଏବଂ ଟିମ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଛି।ବର୍ତ୍ତମାନ ପ୍ରଯ୍ୟନ୍ତ ଭିଜିଲାନ୍ସ ଟିମ ନିଜର ଛାନ୍ ଭିନ ଚଳାଇଛନ୍ତି ।ଏହି ଟିମରେ ୭ ଜଣ ଡ଼ିଏସପି,୫ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ।
[କୈଳାସ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ]