-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
10-Sep-2024
ତରଭା,ଯେଉ ମହାନ୍ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାର ପରିକଳ୍ପନା କରାଯାଇଥିଲା ତାକୁ ସାକାର ରୂପ ଦେଇଛନ୍ତି ତରଭା ବ୍ଲକ ର ବାଲିଖମାର ପଞ୍ଚାୟତ ର କର୍ଲାମୁହାଣ ଗ୍ରାମବାସୀ। ଦୀର୍ଘ ୧୨ ବର୍ଷ ହେଲା ଏହି ଗ୍ରାମବାସୀ ଏକତ୍ର ନବାନ୍ନ ଭକ୍ଷଣ କରି ସମାଜ ପାଇଁ ଏକ ନିଆରା ଉଦାହରଣସୃଷ୍ଟି କରି ପାରି ଛନ୍ତି। ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ ଗଣ ପର୍ବ ନୂଆଁଖାଇ ରେ କର୍ଲାମୁହାଣ ପ୍ରାୟ ୧୦୦୦(ଏକ ହଜାର ) ଗ୍ରାମବାସୀ ଏକତ୍ର ହୋଇ ଗାଁ ଦାଣ୍ଡରେନୁଆଁ ଖାଇଛନ୍ତି । ପ୍ରଥମେ ଗାଁ ର ଇଷ୍ଟ ଦେବୀ ମାଁ ସମଲେଶ୍ଵରୀ ଓ ମହାଦେବ ଙ୍କ ପାଖରେ ପୂଜକ ସୁଦାମ ଭୋଇ ଓ ଶୁକ୍ରୁ ସାହୁ ନୁଆଁ ଧାନ ର ଚୁରା କୁଣ୍ଡା ଲଗାଇବା ପରେ ସମସ୍ତ ଗ୍ରାମବାସୀ ଏକତ୍ରିତ ଭାବରେ ଗାଁ ର ରାମଜୀ ମନ୍ଦିର ପ୍ରାଙ୍ଗଣ ରେ ଗାଁ ଦାଣ୍ଡରେ ଏକାଠି ବସି ନବାନ୍ନ ଭକ୍ଷଣ କରିଥିଲେ । ଏହି ମହାନ ପର୍ବ ରେ ଗ୍ରାମର ପୂର୍ବତନ ୱାର୍ଡ଼ ସଭ୍ୟ ଗୋବିନ୍ଦ ସାହୁ, ବିଜ୍ଞାନ ସାହୁ,ଅବନୀ ସାହୁ,ବଗ୍ରୁ ସାହୁ,ଦିଲ୍ଲୀପ ପଧାନ, ସୁଶାନ୍ତ ଗଡତ୍ୟା , ଜୟପ୍ରକାସ ନାଏକ, ଆସମାନ୍ ନାଏକ, ଗୋପୀନାଥ ସାହୁ, ବୃନ୍ଦାବନ ନାଏକ, ମିଟୁ ସାହୁ, ୱାର୍ଡ଼ ମେମ୍ବର ପ୍ରମୋଦ କୁମାର ସାହୁ, ଶିକ୍ଷକ ସାରଙ୍ଗ ପଧାନ , ଭଳ ସାହୁ,କଲାସୁ ସାହୁ, ଖଗେଶ୍ବର ସାହୁ, ପଞ୍ଚା ସାହୁ, ସମସ୍ତ ଗ୍ରାମ ବାସୀ ବିଭିନ୍ନ କାର୍ଯ୍ୟ ରେ ସହଯୋଗ କରିଥିଲେ।
ଗ କରିଥିଲେ।
(କପିଳାସ ସେଠ,ତରଭା)