-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
10-Sep-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୈରୋପୁରରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବହୁ କବି ଯୋଗଦେଇ କବିତା ପାଠ କରିଥିଲେ।ଉଜଲ ସାହୁଙ୍କ ସଭାପତିତ୍ବରେ ସାଧାରଣ ସଭା ହୋଇଥିଲା।କବି ହରିଲାଲ ସାହୁ,ରାମ ପ୍ରସାଦ ବାଗ,ମୁନିରାମ କୁମ୍ଭାର, ଅଧିକାରୀ ସା , ସୁରେଶ ଚନ୍ଦ୍ର ଭୋଇ ଅତିଥି କଵି ଭାବେ ଯୋଗଦେଇ ଥିଲେ। ବିମଳ ଡନସନା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କଵି ଜଗତଜ୍ଜୀବନ ରାମ ଡନସନା। ରାଜେଶ ଡନସନା, ସଙ୍ଗମ ସାହୁ, ବିକାଶ,ମନୋଜ, ସୁମନ୍ତ, କିଶୋର,ଧନପତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।