-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||     

HOME   ଜିଲ୍ଲା

ବିଭାଗୀୟ ଯନ୍ତ୍ରୀ ସୁଧିର ପଣ୍ଡାଙ୍କ ଅବହେଳା, ୨୦ ବର୍ଷ ହେବ ୪୦ଲକ୍ଷ ଟଙ୍କାର କ୍ଲଷ୍ଟର ବିଲ୍ଡିଂ ସ୍ୱାହା,ଉଦ୍‌ଘାଟନ ପୂର୍ବରୁ ମରାମତି କାମ ଚାଲିଛି

09-Sep-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ)-ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପାଇଁ ସରକାରୀ ଘର ଆବଶ୍ୟକ ଅନୁସାରେ ନଥିବାରୁ କର୍ମଚାରୀମାନେ ନାହିଁ ନଥିବା ହଇରାଣ  ସାଙ୍ଗକୁ ଚଢା ଦରରେ ଘରଭଡା ନେଇ ରହୁଥିବା ବେଳେ କେତେକ କର୍ମଛାରୀ ବଲାଙ୍ଗିରରୁ  ପ୍ରତ୍ୟେହ ୪୦କିମି ଦୂରରୁ ଯିବା ଆସିବା କରୁଛନ୍ତି । କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ କେବିକେ (ଆରଏଲଟିଏପି) ଯୋଜନାରେ ବଡଫଟାମୁଣ୍ଡାଠାରେ କର୍ମଚାରୀମାନଙ୍କ ପଉଇଁ ଉଦ୍ଧିଷ୍ଟ ‘ବି’ଶ୍ରେଣୀର ୮ଟି ଘର ୨୨ଲକ୍ଷ ୪୬ହଜାର ୫ଶହ ଟଙ୍କା ଓ ‘ସି’ ଶ୍ରେଣୀର ୬ଟି ଘର ପାଇଁ ୧୭ଲକ୍ଷ ୫୯ହଜାର ୪ଶହ ଟଙ୍କାରେ ନିର୍ମିତ ୧୪ଟି ଘର ବ୍ୟବହାର ନ ହୋଇ ପଡିରହିଛି । ଏହି ଘରଗୁଡିକ ଜାତୀୟ ରାଜପଥର ଅଗ୍ନିଶମ ବିଭାଗ, ଆରଡବ୍ଲୁଏସଏସ, କୃଷି କାର୍ଯ୍ୟାଳୟ, ଆଦର୍ଶ ବିଦ୍ୟାଳ, ବିଦ୍ୟୁତ ବିଭାଗର ନିକଟରେ ୨୦୦୫-୦୬ ଆର୍ଥିକ ବର୍ଷରେ ତିଆରି ହୋଇଥିବା ବେଳେ ବର୍ତ୍ତମାନ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା କାର୍ଯ୍ୟକୁ ଆସି ନାହିଁ ।  ଏହା ମଦୁଆ ଓ ଅସାମାଜିକମାନଙ୍କ ଆଡ୍ଡା ସ୍ଥଳୀ ପାଳଟିଛି । ଘର ଗୁଡିକ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ଝରକା କବାଟ ଗୁଡିକୁ ଦୁର୍ବତ୍ତମାନେ ତାଡି ନେଇ ଯାଇଛନ୍ତି ।  ସରକାରୀ ଅର୍ଥରେ ନିର୍ମିତ ଲକ୍ଷ ଲକ୍ଷ ଟଙ୍କାର ଘର ବ୍ୟବହୃତ ନ ହୋଇ ପଡି ରହିବା ଫଳରେ ସରକାରଙ୍କ କ୍ଷତି ହେଉଛି । କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଇ ନାହିଁ । ଯଦି ଏଥିପାଇଁ ଦାୟୀ କର୍ମଚାରୀମାନେ ନିଜର ଘର କରିଥିଲେ  ଏପରି କରିଥାନ୍ତେ କି ବୋଲି ଲୋକଙ୍କ ମଧ୍ୟରେ ମତ ପ୍ରକାଶ ଦେଖା ଦେଉଛି । ସରକାରୀକା ମାଲ ଦରିଆମେ ଡାଲ ନିତିକୁ  ବ୍ଲକ ପ୍ରସାଶନ ଆପଣେଇ ନେଇ ଏଥି ପ୍ରତି ଦୃଷ୍ଟି ନ ଦେବା କିମ୍ବା ଉଚ୍ଚ ଅଧିକାରୀମାନେ କାହିଁକି ଦୃଷି ଦେଉନାହାନ୍ତି ।  ଉକ୍ତ କାମର ଦାୟିତ୍ୱ ଯନ୍ତ୍ରୀ ସୁଧିର ପଣ୍ଡା ସେତେବେଲେ  ତୁଳାଇଥିଲେ । ଉକ୍ତ କାମ ତାଙ୍କ ନାମରେ ବିଭାଗୀୟ ଦାୟିତ୍ୱ ରହିଥିବା ବେଳେ ସେ କେତେକଠିକାଦାରଙ୍କ ହାତକୁ ଉକ୍ତ କାମ ଟେକି ଦେଇଥିଲେ ।  ଫାଇନାଲ ବିଲ ବାବଦକୁ ପ୍ରାୟ ୪ରୁ ୫ଲକ୍ଷ ଟଙ୍କା ଠିକାଦାରମାନେ ପାଇବା କଥା ବୋଲି ଆଲୋଚନା ହୋଇଥିଲା । ଉକ୍ତ ଟଙ୍କାର ଭାଗବଣ୍ଟା ଉଭୟ ଠିକାଦାର ମଧ୍ୟରେ ଭାଗ ନ ଛିଣ୍ଡିବାରୁ ଫାଇନାଲ ବିଲ ହୋଇ ନଥିବାରୁ ଠିକାଦାର କୋଠାକୁ ହସ୍ତାନ୍ତର କରି ନଥିଲେ । ଆଲୋଚନା ହେଉଛି ଯେ ଉକ୍ତ ୪/୫ ଲକ୍ଷ ଟଙ୍କା କୁଆଡେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବାଟମାରଣା ହୋଇଅଛି ।  ପରେ ଉକ୍ତ ଯନ୍ତ୍ରୀ ଜଣକ ଅନ୍ୟତ୍ର ବଦଳୀ ହୋଇଥିବା ବେଳେ ପୁଣି କିଛି ବନର୍ଷ ଅତ୍ୟ ବ୍ଲକରେ ରହିବାପରେ  ପୁଣି ଡୁଙ୍ଗୁରିପାଲି ବ୍ଲକକୁ ଉପରିସ୍ଥି ଅଧିକାରୀଙ୍କୁ ହାତ କରି ଫେରି ଆସିଥିବା ମଧ୍ୟ ଆଲୋଚନା ହେଉଛି । ଉକ୍ତ ବିଡିଂର ଫାଇନ ବ୍ଲକ କାର୍ଯ୍ୟାଳୟର ନଥିବା ପୁର୍ବତନ ବିଡିଓ ଏବଂ ଯନ୍ତ୍ରୀମାନେ ପ୍ରକାଶ କରିଛନ୍ତି । ଉକ୍ତ ଫାଇଲ ଉଭାନକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଉକ୍ତ ବିଡିଂର ମରାମତି କାମ ଚାଲିଛି । କେତେ ଟଙ୍କାରେ ଓ କିଏ ଏହି କାମ କରୁଛି କୌଣସି ସୂଚନା ନାହିଁ । ବିଭାଗୀୟ ଅଧିକାରୀଙ୍କ ଦୂର୍ନୀତିଖୋର ମନୋଭାବ ଯୋଗୁଁ ୪୦ ଲକ୍ଷ ଟଙ୍କାର କୋଠା ଘର କାହିିଁକି  ଦୀର୍ଘ ୨୦ ବର୍ଷ ପରେ ପୁଣି ମରାମତି ହୋଇ ଉଦ୍ଘାଟନ ହେବାକୁ ଯୋଜନା ଚାଲିଛି ଏହାର ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ଆହୁରି ମଧ୍ୟ ଉକ୍ତ ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳୀ ହେଲା ପରେ ପୁଣି କାହିଁକି ଏହି ଡୁଙ୍ଗୁରିପାଲି ବ୍ଲକକୁ ବାରମ୍ବାର ଫେରୁଛନ୍ତି ଏହା ଚର୍ଚ୍ଚା ପାଳଟିଛି । ଏ ସଂପର୍କରେ ଯନ୍ତ୍ରୀ ସୁଧିର ପଣ୍ଡାଙ୍କ ପ୍ରତିକ୍ରୀୟା ନେବାକୁ ଚେଷ୍ଟା କରିଥିଲେ  ମଧ୍ୟ କେତେବେଳେ ତାଙ୍କ ମୋବାଇଲ ବନ୍ଦ ରହୁଛି ତ କେତେବେଳେ ଫୋନ ଉଠାଉ ନାହାନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026

You Might Also Like