-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
09-Sep-2024
ବଲାଙ୍ଗିର(ପ୍ରେରଣା ଖବର): ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ଲଳିତ ମୋହନ ମହାକୁରଙ୍କ ୭୦ ବର୍ଷ ବୟସରେ ଗତ ରାତ୍ରିରେ ହୃଦଘାତରେ ଦେହାନ୍ତ ହୋଇଯାଇଛି I ଗତ ରାତିରେ ଅଚାନକ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ହୃଦଘାତ ସନ୍ଦେହ କରି ବୁର୍ଲା ମେଡିକାଲ କୁ ରେଫର୍ କରିଥିଲେ I ବୁର୍ଲା ନେବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା I ସେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ର ବିଭିନ୍ନ ଶାଖାରେ ଶାଖା ପରିଚାଳକ ଭବରେ ଦକ୍ଷତାର ସହିତ କାର୍ଯ୍ୟକରି ଗତ ୨୦୧୪ ମସିହାରେ ରେ ଅବସର ନେଇଥିଲେ I ଅବସରଗ୍ରହଣ ପରେ ସେ ଦକ୍ଷିଣ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାକୁ ନେଇ ଗଠିତ ଉତ୍କଳ ଗ୍ରାମିଣ ବ୍ୟାଙ୍କ୍ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘର କୋଷାଧ୍ୟକ୍ଷ ଭାବରେ ସାଙ୍ଗଠନିକ କାମକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ। ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତୀ, ପୁତ୍ର ଅନୁପ, ପୁତ୍ରବଧୂ ବେବିସ୍ମିତା ଏବ୍ଂ କନ୍ୟା ଗୋପା ଉପସ୍ଥିତ ଥିଲେ l ମୃତ୍ୟୁ ଖବର ଶୁଣି ତାଙ୍କ ପେଲେସ ଲାଇନ୍ ସ୍ଥିତ ବାସଭବରେ ବହୁ ବିଶିଷ୍ଠ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ l ଆଜି ଟିଟିଲାଗଡ଼ ରୋଡ ସ୍ଥିତ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି I ତାଙ୍କର ଏକମାତ୍ର ପୁତ୍ର ଅନୁପ ମୁଖାଗ୍ନି ଦେଇଥିଲେ I