-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ରାଜ୍ୟ

ନୂଆଦିଲ୍ଲୀ ଠାରେ ଜଗାକାଳିଆ ଫାଉଣ୍ଡେସନ ଉଦଘାଟିତ

09-Sep-2024



ନୂଆଦିଲ୍ଲୀ: ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଆଜି ଜାତୀୟ ରାଜଧାନୀଠାରେ 'ଜଗାକାଳିଆ ଚାରିଟେବୁଲ ଫାଉଣ୍ଡେସନ' ନାମକ ଏକ ବେସରକାରୀ ଅନୁଷ୍ଠାନ ଉଦଘାଟିତ ହୋଇଥିବା ଜଣାଯାଇଛି।  ଏଠାକାର ହାଉଜଖାସ୍ ଭିଲେଜ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ବହୁ ପ୍ରମୁଖ ଓଡ଼ିଆ ତଥା ଅଣଓଡ଼ିଆ ନେତୃବୃନ୍ଦ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ। ଏହି ଉଦଘାଟନ ସମାରୋହକୁ କେନ୍ଦ୍ର କରି ଫାଉଣ୍ଡେସନର ସଦସ୍ୟ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳିଥିଲା।ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ନିର୍ଦ୍ଦେଶକ, ନ୍ୟାସନାଲ ଇନଫରମେଟିକସ ସେଣ୍ଟରର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ତଥା ଆଇନଜୀବୀ ଉମାକାନ୍ତ ଜେନା ଏବଂ ଅନ୍ୟଦୁଇ

ପ୍ରତିଷ୍ଠାତା ନିର୍ଦ୍ଦେଶକ, ଗୋପାଳ ଶତପଥୀ ଓ ରଘୁନନ୍ଦନ ଦେଓ ପ୍ରମୁଖ ସଂସ୍ଥାର ଲୋଗୋକୁ ଉନ୍ମୋଚନ ପୂର୍ବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଏହାକୁ ସମର୍ପଣ କରିଥିଲେ। 

ବିଶ୍ଵ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଅଧ୍ୟକ୍ଷ ଡକ୍ଟର ଅଭିନ୍ନ ହୋତା, ଏହି ସମାବେଶକୁ ସମ୍ବୋଧନ କରି ନବଗଠିତ
ଫାଉଣ୍ଡେସନ, ଏହାର ନାମକରଣର ଯଥାର୍ଥତାକୁ ପ୍ରତିପାଦିତ କରି ଜଗନ୍ନାଥ ଧର୍ମର ନୀତି, ଆଦର୍ଶ ଓ ଦର୍ଶନ ଉପରେ ଆଧାରିତ  ଓଡ଼ିଶାର ଅନନ୍ୟ ସଂସ୍କୃତି ଓ ବିବିଧ ବୈଭବର ପ୍ରଚାର, ପ୍ରସାର ତଥା ଏହାକୁ ଲୋକପ୍ରିୟ କରିବା ଦିଗରେ ସତ ପ୍ରୟାସ କରିବ ବୋଲି ଆଶା ପୋଷଣ କରିଥିଲେ। 

ଏହି ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଓ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଫାଉଣ୍ଡେସନର ଅଧ୍ୟକ୍ଷ, ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସାଧୁବାଦ ଅର୍ପଣ କରିବା ସହିତ ସଙ୍ଗଠନର ଦ୍ରୁତ ଅଗ୍ରଗତି ଓ ବ୍ୟାପକ ସଫଳତା କାମନା କରିଥିଲେ। 

ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଜେନା ନିଜ ବକ୍ତବ୍ୟ ପ୍ରଦାନ କରି ଗଠନ ମୂଳକ ଓ ସକରାତ୍ମକ ଦୃଷ୍ଟିଭଙ୍ଗୀ ରଖୁଥିବା ବ୍ୟକ୍ତିମାନେ ଏହି ଫାଉଣ୍ଡେସନରେ ଯୋଗଦେଇ ଏହାର ସ୍ଥିରୀକୃତ ଲକ୍ଷ୍ୟ, ମାନବର ଜୀବନ ଧାରଣର ମାନବୃଦ୍ଧି ଏବଂ ସମନ୍ବିତ ବିକାଶର କ୍ରିୟାନ୍ୱୟନ ପ୍ରକ୍ରିୟାରେ ସାମିଲ ହେବାକୁ ନିବେଦନ କରିଥିଲେ।ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ଭାରତ ସରକାରଙ୍କର କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଏକ ଅଣଲାଭକାରୀ ଅନୁଷ୍ଠାନ ଭାବରେ ପଞ୍ଜିକୃତ ହୋଇଥିବା ଶ୍ରୀ ଜେନା ଜଣାଇଥିଲେ । ଏହି ଫାଉଣ୍ଡେସନ, ସମାଜର ସାମଗ୍ରିକ ଅଭିବୃଦ୍ଧି ଏବଂ ଅସହାୟ ସମ୍ପ୍ରଦାୟର ଉତ୍ଥାନ ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ଜେନା ସୂଚାଇଥିଲେ । ସଂସ୍ଥା ତରଫରୁ ପ୍ରାଧାନ୍ୟ ଦିଆଯିବାକୁ ଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟ ସେବାର ଉନ୍ନତି, ଜ୍ଞାନ କୌଶଳର ବିକାଶ ଓ ତାଲିମ୍ ଉପରେ ଗୁରୁତ୍ୱାରୋପ, ପରିବେଶ ସୁରକ୍ଷା, ନାରୀ ସଶକ୍ତିକରଣ, କଳା ଓ ସଂସ୍କୃତିର ପ୍ରୋତ୍ସାହନ, କ୍ରୀଡ଼ା ଉନ୍ନୟନ, ଶିଶୁ ବିକାଶ ଓ ଅଧିକାର ଦିଗରେ ପ୍ରାଧାନ୍ୟ,  ବୃଦ୍ଧାବସ୍ଥାର ଯତ୍ନ, ଆଇନଗତ ସହାୟତା ଓ ସଚେତନତା,  ଗ୍ରାମୀଣ ବିକାଶ, ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ଓ ଜଳ ସଂରକ୍ଷଣ,  ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ବଣ୍ଟନ ଓ ରକ୍ଷଣାବେକ୍ଷଣ ଏବଂ ସମାଜର ହିତ ଉଦ୍ଦେଶ୍ୟରେ ଅଭିପ୍ରେତ ଅନ୍ୟାନ୍ୟ କାର୍ଯ୍ୟଧାରା ସ୍ଥାନ ପାଇଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ।

ଏକ ଉନ୍ନତ ଓ ଆଦର୍ଶ ସମାଜ ଗଠନ କରିବାର ମହତ ଉଦ୍ଦେଶ୍ୟ ନେଇ ଜଗା କାଳିଆ ଚାରିଟେବୁଲ ଫାଉଣ୍ଡେସନ ସାମାଜିକ ନ୍ୟାୟ, ପ୍ରତିଷ୍ଠା ଓ ସମାଜର ସମନ୍ଵିତ ଉନ୍ନୟନ ପାଇଁ ଉତ୍ସର୍ଗୀକୃତ ଭାବରେ ଏହାର ଯାତ୍ରା ଆରମ୍ଭ  କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତଥିବା ଶ୍ରୀ ଜେନା ଘୋଷଣା କରିଥିଲେ। ଉଦଘାଟନୀ ଅଧିବେଶନରେ ଉପସ୍ଥିତ ମାନ୍ୟଗଣ୍ୟଙ୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ଚାଟାର୍ଡ ଏକାଉଣ୍ଟାଣ୍ଟ୍ ରବୀନ୍ଦ୍ର ଶତପଥୀ,  ତପସ୍ୱିନୀ ଦେଓ, ପ୍ରଫେସର ଡି. ପି.  ମିଶ୍ର, ଡକ୍ଟର ଏଲ୍. ପି. ଶର୍ମା, ଡକ୍ଟର ଅରବିନ୍ଦ, ମନୋଜ ପାଣିଗ୍ରାହୀ, ଅନିରୁଦ୍ଧ ନାୟକ, ରତିକାନ୍ତ ରାଉତ, ପ୍ରଳୟ ବାହାଲି, ମନୋଜ ମହାପାତ୍ର,  ଶହସ୍ରାଂଶୁ ମହାପାତ୍ର , ଛାୟାନ ରାଜପୁତ, ଅନଙ୍ଗ କର, ମହାଦେବ କୁମାର ଖାନାଲ୍, ସି.ଏଲ୍. ଘିମିରେ, ପ୍ରଦୀପ ରାସେଲି ଓ ଘନଶ୍ୟାମ ଶର୍ମା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like