-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
04-Sep-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ): ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ବୁଧବାର ଦିନ ବାର୍ଦ୍ଧକ୍ୟ ମାନଙ୍କ ପାଇଁ ଆୟୁଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବୟସ୍କ ମାନଙ୍କ ରକ୍ତଚାପ,ରକ୍ତଶର୍କରା, ବାତରୋଗ, ଚର୍ମରୋଗ, ହୃଦରୋଗ ତଥା ବୟସ ଜନିତ ରୋଗ ଆଦିର ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଆୟୁର୍ବେଦ ଓ ଯୋଗ ମାଧ୍ୟମରେ କିପରି ସୁସ୍ଥ ରହିବେ ସେଥିପାଇଁ ଉପଯୁକ୍ତ
ପରାମର୍ଶ ପ୍ରଦାନ କରାଯାଇଥିଲା।ଯୋଖିପାଲି ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଡ଼ା.ରମେଶ କୁମାର ପୋଢ଼ ଉପସ୍ଥିତ ରୋଗୀଙ୍କୁ ଚିକିତ୍ସା କରିଥିଲେ। ଏହି ଶିବିରରେ ଯୋଖିପାଲି,ବାଦିପାଲି, ଚାରପାଲି,ପଧାନମାଲ ପ୍ରମୁଖ ବିଭିନ୍ନ ଗ୍ରାମର ଶତାଧିକ ରୋଗୀ ଆସି ଚିକିତ୍ସିତ ସହ ପରାମର୍ଶ ନେଇଥିଲେ।ଆୟୁଷ ସହାୟକ ସାରଥୀ ସୁନା,ପିଟିଏମ ଚନ୍ଦଶେଖର ନାଏକ, ଯୋଗ ପ୍ରଶିକ୍ଷକ ମିଲନ ବନଛୋର, ପ୍ରଣତୀ ସାହୁ ଏବଂ ପଞ୍ଚାୟତର ଆଶା କର୍ମୀ ମାନେ ସହଯୋଗ କରିଥିଲେ।