-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା ବିଜେପି ର ଏକ ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ ସମ୍ପର୍କିତ କର୍ମଶାଳା ସ୍ଥାନୀୟ କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପର୍ଯ୍ୟବେକ୍ଷକ ଭାବେ ୪ ନଂ ଜୋନ ଜ଼ିଲ୍ଲାପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ ଯୋଗ ଦେଇ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସଦସ୍ୟତା ଅଭିଯାନ ଉପରେ ତାଲିମ ପ୍ରଦାନ କରଥିଲେ l ୨ନଂ ଜୋନ ଜ଼ିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ସଦସ୍ୟତା ଟାର୍ଗେଟ କୁ କିପରି ଅଧିକରୁ ଅଧିକ କରାଯିବା ନେଇ ନିଜର ଅଭିମତ ରଖିଥିଲେ l କାର୍ଯ୍ୟକ୍ରମରେ ପୂର୍ବତନ ଜ଼ିଲ୍ଲାପରିଷଦ ସଭ୍ୟ କୃଷ୍ଟ କଂହର, ଖଲିଆପାଲି ସରପଞ୍ଚ ପ୍ରତିନିଧି ଜେମାକାନ୍ତ ନାଏକ, ଖଲିଆ ପାଲି ସମିତି ସଭ୍ୟ କେଦାରନାଥ ସାହୁ, ଋଣ୍ଡିମହୁଲ ସମିତି ସଭ୍ୟ ଲିଙ୍ଗରାଜ ଦନ୍ତା, ସୁଶୀଲ ପୁରୋହିତ, ଦିବ୍ୟ ଶଙ୍କର
ମହାକୁଡ଼, ଆଦିବାସୀ ନେତା ଡମ୍ବରୁଧର କଂହର, ଶିତିକଣ୍ଠ ମିଶ୍ର, ଅନିରୁଦ୍ଧ କଳତା, ନିବାସ ମହାକୁଡ଼, ସୁନାଧାର ମଲିକ, ନିରଞ୍ଜନ ଷଡ଼ଙ୍ଗୀ, ପୂର୍ଣ୍ଣ ପଣ୍ଡା, ସତ୍ୟବାଦୀ ପ୍ରଧାନ, ରାଜୀବ ମିଶ୍ର, ବିଜୁ ସାହୁ, ଅଶୋକ ଖଟୁଆ, ଠାକୁର ନାଏକ, ସୁଶାନ୍ତ ବାଘ, ଗଣେଶ କର୍ମୀ, ଗୋପାଳ ପୁରୋହିତ, ସନତ ବାରିକ ସହ ସମସ୍ତ ବୁଥ, ଶକ୍ତି କେନ୍ଦ୍ରରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ ।