-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
କଣ୍ଟାମାଳ(ଜୟ କୁମାର ମହାରଣା ) କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପୁଲିସ ପକ୍ଷରୁ ଚଢାଉ କରି ଗଞ୍ଜେଇ ସହ ବାଇକ୍ ଜବତ କରିଥିବା ବେଳେ ଦୁଇ ଗଞ୍ଜେଇ ମାଫିଆକୁ ଗିରଫ କରିଛି | ସୂଚନା ଅନୁସାରେ ଘଣ୍ଟାପଡ଼ା ପୁଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଘଣ୍ଟାପଡ଼ା ସମଲେଶ୍ଵରୀ ଛକ ନିକଟରେ ଏକ ଟିଭିଏସ ଆପାଚୀ ବାଇକ୍ ସହ ଦୁଇ ଜଣ ଯୁବକ ଠିଆ ହୋଇଥିବା ବେଳେ ସନ୍ଦେହରେ ତାକୁ ତଦନ୍ତ କରିଥିଲେ | ତଦନ୍ତ ପରେ ବାଇକରୁ ଗଞ୍ଜେଇ ମିଳିଥିବା ବେଳେ ବାଇକ୍, ଗଞ୍ଜେଇ ଜବତ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରିଛି | ଗିରଫ ଦୁଇ ଯୁବକ ହେଲେ ଅକ୍ଷୟ ଶିକାରୀ ( ୨୧) ଓ ମହେଶ ଶିକାରୀ (୧୯) ବୋଲି ଜଣା ପଡିଛି | ଏ ସଂକ୍ରାନ୍ତରେ ଘଣ୍ଟାପଡ଼ା ଥାନାରେ ୧୧୭/୨୪ରେ ଏକ ମାମଲା ରୁଜୁ କରି ମାଫିଆ ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମାଧବଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି |