-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବୀରମହାରାଜପୁର, ( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସ୍ଥରୀୟ ସଦସ୍ୟତା ଅଭିଯାନ ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ମଣ୍ଡଳ ସଭାପତି ଶରତ ମିଶ୍ର ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଉଷା କୁମାରୀ,ସୋସିଆଲ ମିଡ଼ିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିତା ଷଡ଼ଙ୍ଗୀ ସଦସ୍ୟତା ଅଭିଯାନ ଉପରେ ଦିଗଦର୍ଶନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ସାହୁ, ରାମ କର୍ଣ୍ଣ, ପରେଶ ମେହେର,ସୁରେନ୍ଦ୍ର ପୁରୋହିତ, ଲାଲାଜୀ ବେହେରା ପ୍ରମୁଖ ରହିଥିବା ବେଳେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।