-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦାବି ହେଉଛି। ଉକ୍ତ ରକ୍ତ ସଂରକ୍ଷଣ ଗୃହ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଛି। ଫଳରେ ରୋଗୀମାନଙ୍କୁ ରକ୍ତ ଆବଶ୍ୟକ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରକୁ ଡବା ଧରି ଯିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଫଳରେ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି। ପୂର୍ବରୁ ଏ ବିଷୟରେ ଅନେକ ଥର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳିପାରିନାହିଁ। ଚିକିତ୍ସାଲୟର କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଲା ଓ ଜିଲ୍ଲା ଚିକିତ୍ସାଧିକାରୀ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କୁ 'ସିୟା' ସମ୍ପାଦକ ସୁଦାମ ଗାଇଗରିଆ ଲିଖିତ ଆକାରରେ ଜଣାଇଛନ୍ତି।