-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବଲାଙ୍ଗୀର(ପ୍ରେରଣା ଖବର): ଦୁର୍ଗାପୂଜା କମିଟି ତରଫରୁ ନୂତନ କାର୍ଯ୍ୟକର୍ତ୍ତା ଚୟନ ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ ଆଗାମୀ ଦୁର୍ଗାପୂଜା କେମିତି ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହିତ ଆୟୋଜନ କରାଯିବ ଉକ୍ତ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।ନବନିର୍ବାଚିତ କର୍ମକର୍ତ୍ତା ମାନେ ହେଲେ ସଭାପତି ସୁବାଷ ଚନ୍ଦ୍ର ବେହେରା, ଓ ଉପସଭାପତି ସନ୍ତୋଷ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆଲୋଚନାଚକ୍ର ସମାପ୍ତ ହୋଇଥିଲା । ଅନ୍ୟ କର୍ମକର୍ତ୍ତା ମାନେ ହେଲେ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର୍ ବଳ, କୋଷାଧ୍ୟକ୍ଷ ଭକ୍ତବନ୍ଧୁ ପଣ୍ଡା ଇତ୍ୟାଦିଙ୍କ ସହଯୋଗରେ ଦୁର୍ଗାପୂଜା କମିଟି ତରଫରୁ ପୂଜାଟି କେମିତି ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହେବ ପୁଙ୍ଖନୁପୁଙ୍କ ଭାବରେ ଆଲୋଚନା ହୋଇଥିଲା ।