-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ଆଗଲପୁର, (ବିନୋଦ ଦୀପ) ବଜ୍ରପାତ ଜନିତ ମୃତ୍ୟୁହ୍ରାସ ପାଇଁ ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆଗଲପୁର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ତଥା ବିଭିନ୍ନ ପଦାଧିକାରୀ ଙ୍କ ଉପସ୍ଥିତି ରେ ସଚେତନତା କାର୍ଯ୍ୟକ୍ରମ ଟି ହୋଇଥିଲା l ଏଥିରେ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ମୁଖ୍ୟତଃ ବଲାଙ୍ଗୀର ଓଡ୍ରାଫ ଦଳ, ଜରୁରୀକାଳୀନ ଅଧିକାରୀ ବଲାଙ୍ଗୀର ଙ୍କ ତତ୍ୱାବଧାନ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ତା ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗ ଆଗଲପୁର, ପୋଲିସ ଅଧିକାରୀ ଆଗଲପୁର, ବ୍ଲକ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆପଦ ମିତ୍ର ପ୍ରଭୃତି ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଟି ପଲ୍ଲୀ ପାଠାଗାର ନଅଗାଁ (କ) ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l