-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
25-Aug-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ରେ କେନ୍ଦ୍ର ସରକାର ଙ୍କ ଜନପ୍ରିୟ ଯୋଜନା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ମହାରାଷ୍ଟ୍ର ର ଜଲଗାଓଁ ଠାରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କି ଟିଭି ରେ ସିଧା ପ୍ରସାରଣ ଏଥିରେ ପ୍ରଦର୍ଶିତ କରାଯାଇଥିଲା। ଏ ଉପଲକ୍ଷେ ଏଠାରେ ଆୟୋଜିତ ସଭାରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଙ୍କ ସୁବର୍ଣ୍ଣପୁର ପ୍ରତିନିଧି ଶିବରାମ ସାହୁ ଯୋଗଦେଇ ୮୦ଜଣ ଲକ୍ଷପତି ଦିଦି ଙ୍କୁ ସାର୍ଟିଫିକେଟ ପ୍ରଦାନ ସହ ୧୬ ଗୋଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ ୧ କୋଟି ୬୦ଲକ୍ଷ ଟଙ୍କାର ବ୍ୟାଙ୍କଲିଙ୍କେଜ୍ ସହାୟତାରାଶି ପ୍ରଦାନ କରାଯାଇଥିଲା। ଏହି ସଭାରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ,ସୁବର୍ଣ୍ଣପୁର ସିଡିଓ ତଥା ଇଓ ଅଶ୍ଵିନୀ କୁମାର ମେହେର ,ଏବିଡିଓ ଶଶୀଭୂଷଣ ,ଓଏଲ୍ ଏମ୍ ଫ୍ରାନ୍ସିସ୍ ବାର୍ଲା,ଡିପିସି ବିଶ୍ୱଜିତ ପରିଡ଼ା,ବିପିସି ସୁବ୍ରତ ମେହେର ବିପିଏମ୍ ସୁବାଷ ଚନ୍ଦ୍ର ବିଶି ପ୍ରମୁଖ ଯୋଗ ଦେଇଥିଲେ।