-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-Aug-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ): ଜିଲ୍ଲା ଶିକ୍ଷାଧିକାରି ସୋନପୁର ଙ୍କ ନିର୍ଦେଶ କ୍ରମେ ବିରାମହରାଜପୁର ବ୍ଲକ ସ୍ତରୀୟ ପରିବେଶ ଭିତ୍ତିକଶିକ୍ଷଣ ପ୍ରଦର୍ଶନୀ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରି ଶାନ୍ତନୁ କୁମ୍ଭକାର ଙ୍କ ତତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରlପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ପଣ୍ଡା ସଭାପତିତ୍ୱ କରିଥିଲେ। ଶିକ୍ଷକ ଗୌରୀଶଙ୍କର ପୁଜାହlରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶିକ୍ଷକ ପଞ୍ଚlନନମେହେର ଓ ରାଜା ବାରିକ ସହଯୋଗ କରିଥିଲେ ଜୁନିୟର ସ୍ତର ରୁ ବିଦୁସ ମେହେର, ପ୍ରିତମ ମେହେର ,ରିଷି ପଧାନ ଓ କ୍ରିଷ୍ଣାଦତ୍ତ ଦେହୁରୀ ଏବଂ ସିନିୟର ସ୍ତରରୁ ଅଲିଶା ଖଣ୍ଡଗିରି ,କୁନାଲ ରଣା ,ଜୟ ପ୍ରକାଶ ହୋତା, ଜ୍ୟୋର୍ତିମୟୀ ଖଣ୍ଡଗିରି, ପ୍ରିୟଦର୍ଶନୀ ମେହେର, ଜିଲ୍ଲା ସ୍ତରରେ ହେବାକୁ ଥିବା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଆସନ୍ତା ୨୭ତାରିଖ ରେ ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।