-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
24-Aug-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ମୁଖ୍ୟ ଅତିଥି ଏବଂ ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ ସଙ୍ଗମ ପଶାୟତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଷୟ ଭିତ୍ତିକ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଭାଗର ଅଧ୍ୟାପିକା ସୁପ୍ରଭା ନନ୍ଦ ଓ ଅଧ୍ୟାପକ ସିଦ୍ଧେଶ୍ବର ତ୍ରିପାଠୀ ଏବଂ ଜୀବବିଜ୍ଞାନର ଅଧ୍ୟାପକ ସଞ୍ଜିତ କୁମାର ନାୟକ ମଧ୍ୟ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ। ସ୍ବାଗତିକା ରଥ ଓ ସୁପ୍ରିତା ମେଣ୍ଡିଲିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସୁଶ୍ରୀ ରଥ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ କ୍ରୀଷ୍ଣା କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।