-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ନର୍ଲା( ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସହର ମଧ୍ୟରେ ନର୍ଲା ବଣିକ ସଂଘ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୭୮ ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଭାରପ୍ରାପ୍ତ ଥାନା ଅଧିକାରିଣୀ ଶ୍ରୀମତୀ ମମତା ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଏବଂ ଦେଶର ସର୍ବ ଭୌମତ୍ତ୍ୱ ରକ୍ଷା କରି ଦେଶର ସାମ୍ବିଧାନିକ ନିୟମ ଅନୁଯାୟୀ ସମସ୍ତେ ଏକତ୍ରିତ ହୋଇ ଦେଶ ମାତୃକାର ସେବା କରିବା ସହ ଦେଶ ସୁରକ୍ଷା ରେ ସମସ୍ତ ଙ୍କ ଅବଦାନ ରହିବା ଅତ୍ୟନ୍ତ ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ ଏବଂ ବଣିକ ସଂଘର ଏହି ପବିତ୍ର କାର୍ଯ୍ୟକ୍ରମ ରେ ସଙ୍ଘ ପକ୍ଷ ରୁ ଦେଶ ପାଇଁ ବଳିଦାନ ଦେଇ ଥିବା ସହିଦ ଦେଶ ଭକ୍ତ ମାନଙ୍କ ସ୍ମୁତିଚାରଣ କରାଯାଇଥିଲା .ନର୍ଲା ବଣିକ ସଂଘ ତରଫରୁ ଅନେକ ମାନ୍ୟ ଗଣ୍ୟ ସଦସ୍ୟ ଯଥା କୃପାକର ଜାଲ ,ଅଜୟ ପଣ୍ଡା ,କାନ୍ତୁ ସାହୁ ,ପିଣ୍ଟୁ କମାନୀ ,ଅମିତ ଅଗ୍ରୱାଲ ,ବିଜୟ ପଣ୍ଡା ,ମନୋଜ ମହାପାତ୍ର ,ପ୍ରିତମ ସାହୁ ,ପ୍ରସାଦ ଗାଭିଲି ,ବିଜୟ ଅଗ୍ରୱାଲ ,ମିନିକେତନ ନାୟକ ,ତୁଳସୀ ରାମ ଅଗ୍ରୱାଲ ,ଶୁଭମ ଅଗ୍ରୱାଲ ,ସଞ୍ଜୟ କୁମାର ବଂଶଲ ,ବିପିନ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଏହି ଅଖଣ୍ଡ ଭାରତର ପ୍ରତୀକ ତ୍ରିରଙ୍ଗା ଉତ୍ତୋଳନ ର କାର୍ଯ୍ୟକ୍ରମକୁ ଧୂମଧାମ ସହ ପାଳନ କରି ଥିଲେ .ନର୍ଲା ବଣିକ ସଂଘର ସଭାପତି ,ସମ୍ପାଦକ ତଥା ବରିଷ୍ଠ ସଦସ୍ୟ ଏବଂ ନର୍ଲା ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବୁଦ୍ଧିଜୀବି ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସହଯୋଗ କରି ଥିଲେ .