-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2024
ବିନିକା(ହିମାଂଶୁ ଶେଖର ପୁଟେଲ)ସମ୍ବଲପୁରୀ ଭାଷା,ସାହିତ୍ୟ, ସଂସ୍କୃତି,ପରମ୍ପରାକୁ ମନେ ପକାଇବା ପାଇଁ ଅଗଷ୍ଟ ୧ତାରିଖରେ ସମ୍ବଲପୁରୀ ଦିନ ପାଳିତ ହୋଇ ଆସୁଛି।ଏହି ପରିପ୍ରେକ୍ଷିରେ ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଆଜି ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି।ଏହି ଅବସରରେ କଲେଜର ସମସ୍ତ କର୍ମଚାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ।କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ ସମ୍ବଲପୁରୀ ଦିନର ମହତ୍ତ୍ୱ ଉପରେ ଆଲୋକପାତ କରିଥିବା ବେଳେ ଇତିହାସ ବିଭାଗର ବରିଷ୍ଟ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ ଓ ସଂସ୍କୃତ ବିଭାଗ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା,ରାଜନୀତି ବିଜ୍ଞାନ ଅଧ୍ୟାପକ ରୁଦ୍ର ନାରାୟଣ ଦାଶ,ଅର୍ଥନୀତି ଅଧ୍ୟାପକ ବିଶ୍ଵନାଥ ମିଶ୍ର ପ୍ରମୁଖ ସମ୍ବଲପୁରୀ ଭାଷା,ସାହିତ୍ୟ, ସଂସ୍କୃତି ଓ ତାର ପରମ୍ପରା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ପରେ ସ୍ଥାନୀୟ କଲେଜ କେମ୍ପସ ପରିସରରେ ସମସ୍ତ କର୍ମଚାରୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଗୋଟିଏ ଲେଖଏଁ ଗଛ ରୋପଣ କରିଥିଲେ।ସେହିପରି ବିନିକା ସହର ଓ ବ୍ଲକ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ ହୋଇଥିବା ଜଣାପଡିଛି।