-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2024
କଣ୍ଟାମାଳ(ଜୟ କୁମାର ମହାରଣl): କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଣ୍ଟାମାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡକ୍ଟର ସୁଶ୍ରୀ ଶତାବ୍ଦୀ ଓ ଡକ୍ଟର କାହ୍ନା ପ୍ରକାଶ ତ୍ରିପାଠୀ ଯୋଗଦେଇ ଶିଶୁ ଭାଇ ଭଉଣୀ ମାନଙ୍କର ଆଖି, କାନ ଓ ଚର୍ମ ପରୀକ୍ଷା କରିଥିଲେ l ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ, ରୋଶନ ସାହୁ, ନେପାଳ ପ୍ରଧାନ, ଆଚାର୍ଯ୍ୟl ସନ୍ଧ୍ୟାରାଣୀ ମନହିରା, ଝରଣା ପ୍ରଧାନ, ମମିତା ରଣା, ବେଦମତି କୁଦେଇ ଓ ସ୍ୱାଗତିକା ନାଗ ପ୍ରମୁଖ ସହଯୋଗ କରିଥିଲେ । ଶିଶୁ ବାଟିକା ପ୍ରମୁଖ ସାଇବନି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।