-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2024
ନର୍ଲା( ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ୧୯୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୯ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ ଅଟେ ମୋଟ ୨୨୨ ଗୋଟି ବିଦ୍ୟାଳୟ ର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ପ୍ରତି ଛାତ୍ର ପିଛା ପୋଷାକ ଓ ଜୋତା ବାବଦ କୁ ଏକ ହଜାର ଟଙ୍କା ଲେଖାଏଁ ଯୋଗାଈ ଦେଇଥାନ୍ତି କିନ୍ତୁ ବଡ ଦୁଃଖର ବିଷୟ କି ଯେ ନର୍ଲା ବ୍ଲକ ରୁପ୍ରା ରୋଡ଼ ଗ୍ରାମର ହାତ ଗଣତି କିଛି ଅସାଧୁ ବ୍ୟବସାୟୀ ଯଥା ପ୍ରଦୀପ ଟେକ୍ସଟାଇଲସ,କମଳ କ୍ଲଥ ଷ୍ଟୋର ରମାନୁଜ ଟ୍ରେଡ଼ର୍ସ ଓ ସିଦ୍ଧାନ୍ତ କ୍ଲଥ ଷ୍ଟୋର ଦୀର୍ଘ ବର୍ଷ ଧରି ଲଗାତାର ଭାବରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ କଲିକତା ର ଅତ୍ୟନ୍ତ ନିମ୍ନ ମାନର ରୋଟୋ କନାର ସ୍କୁଲ ପୋଷାକ ଯୋଗାଇ ବାର୍ଷିକ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରି ଆସୁଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଆସୁଅଛି କିନ୍ତୁ ସମସ୍ତ ଅଭିଯୋଗ କୁ ବିଭାଗୀୟ ଅଧିକାରୀ ମାନେ ଜାଣିଶୁଣି ନିରବଦ୍ରଷ୍ଟା ସାଜୁଛନ୍ତି,କାରଣ ଉକ୍ତ ଠକ ବ୍ୟବସାୟୀ ମାନେ ସିଆରସିସି ଠାରୁ ଆରମ୍ଭ କରି ରାଜନେତା ଓ ପଦସ୍ଥ ଅଧିକାରୀ ମାନଙ୍କୁ ମୋଟା ଅଙ୍କର ପିସି ଦେଇ ମୁଁହ ବନ୍ଦକରୁଥିବା ଅଭିଯୋଗ ହୋଇଛି ଏବଂ ବିଭିନ୍ନ ସ୍କୁଳ କୁ ନମୁନା ଦେବା ସମୟରେ ଠିକ ଠାକ ମାନର ନମୁନା ଦେଉଛନ୍ତି ଯୋଗାଣ ସମୟରେ ସେହି ନିମ୍ନ ମାନର ପୋଷାକ ଯୋଗାଇ ଦେଇ ପଚାଶ ରୁ ଷାଠିଏ ପ୍ରତିଶତ ଅର୍ଥ ଆତ୍ମସାତ କରି କୋମଳମତି ଛାତ୍ରଛାତ୍ରୀ ଙ୍କୁ ଶୋଷଣ କରାଯାଉଛି ଯାହାକି ଉକ୍ତ ପୋଷାକ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି
ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟବସାଇଙ୍କୁ କଳା ତାଲିକା ଭୁକ୍ତ କରିବା ପାଇଁ ନର୍ଲା ପ୍ରେସ ଏଶୋସେସନ ପକ୍ଷରୁ ଜିଲ୍ଲାପାଳ କଳାହାଣ୍ଡି ଓ ଜିଲ୍ଲା ଓ ବ୍ଲକ ଶିକ୍ଷ୍ୟଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛିନ୍ତି ଅଭିଯୋଗ ପରେ ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି