-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2024
ବରଗଡ଼(ପବିତ୍ର ମେହେର): ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଶିକ୍ଷା ସପ୍ତାହ ପାଳନ ଉପଲକ୍ଷେ ସାଂସ୍କୃତିକ ଦିବସ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ ଖମାରୀ ଏବଂ ଶିକ୍ଷୟିତ୍ରୀ ଶ୍ରୀମତି ସୌଦାମିନୀ ବାରିକଙ୍କ ସଂଯୋଜନା କ୍ରମେ ନିକିତାଙ୍କ ଭକ୍ତି ଗୀତ, ରାନୀଙ୍କ ଶିଶୁ ଗୀତିକା ଓ ଅଭିନୟ ଏବଂ ବିକଳ କୁର୍ମଙ୍କ ଦାସ କାଠିଆ ବେଶ୍
ଆକର୍ଷଣୀୟ ହୋଇଥିଲା।ଜସ୍ମିନ, ଶିବାନୀ ଓ ତମନ୍ନାଙ୍କ ଦେଶାତ୍ମବୋଧକ ନୃତ୍ୟ ତଥା ରୋଶନୀ, ଶ୍ବେତା ଏବଂ ବିଜିତାଙ୍କ ପାରମ୍ପରିକ ଲୋକନୃତ୍ୟକୁ ଛାତ୍ରଛାତ୍ରୀମାନେ ଆନନ୍ଦରେ ଉପଭୋଗ କରିଥିଲେ।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନତା ମଧ୍ୟରେ ଏକତା ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅଶୋକ ଦାସ, ଅମୂଲ୍ୟ ଭୋଇ, ରଂଜିତ ସାହୁ,ଆଲୋକ ଭୋଇ , ଦେବାଶିଷ ଭୁଏ,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ,ରାଜକୁମାରୀ ଭୁଏ, ତାରାବତୀ ସାହୁ, ରଞ୍ଜୁ ବଣିଆ ସକ୍ରିୟ ସହଯୋଗ କରିଥିଲେ।