-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ନବରଙ୍ଗପୁର :-(ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ କୋକାଗୁଡା ଗ୍ରାମରେ ଶନିବାର ଅପରାହ୍ନ 2 ଘଣ୍ଟା ସମୟରେ ଧମସିଂ ଭତ୍ରା ର ଘର ଭିତରେ ଜଙ୍ଗଲରୁ ଧାଇଁ ଆସି ଏକ ହରିଣ ପଶି ଯାଇଥିଲ। ହଟାତ ହରିଣ କୁ ଦେଖି ଘରଲୋକ ମାନେ ବାହାରେ ପଳାଇ ଆସିଲେ।ଏହି ବିଷୟରେ ସେମାନେ ପ୍ରଥମେ ଗ୍ରାମବାସି ଏଵଂ ଜଙ୍ଗଲ କମେଟିର ସଦର୍ଶ ଯଥା ପର୍ଶୁରାମ ଭତ୍ରା, ଧମସିଂ ଭତ୍ରା ଏଵଂ ଜଙ୍ଗଲ କମେଟି ସଭାପତି ରତନ ଭତ୍ରାକୁ ଜଣାଇଥିଲେ। ଗ୍ରାମରେ ଆଲଚନା ହେବା ପରେ ଏବିଷୟ ରେ ବୋନବିଭାଗ କୁ ସୂଚନା ଦିଆଯାଇଥିଲା । ବନବିଭାଗ କର୍ମଚାରୀ ଆସି ସନ୍ଧ୍ୟା ସମୟରେ ସେହି ଘର ପାଖରେ ପେଟ୍ରୋଲିଙ୍ଗ କରିଥିଲେ ଏଵଂ ରାତ୍ର ପ୍ରାୟ 2 ଘଣ୍ଟା ସମୟରେ ଗ୍ରାମବାସୀ, ଜଙ୍ଗଲ କମେଟି ସଦର୍ଶଙ୍କ ଉପସ୍ଥିତିରେ ହରିଣକୁ ଜଙ୍ଗଲ ଭିତରକୁ ଛାଡିଥିବା ଗ୍ରାମବାସୀ କହିଥିଲେ ।ଏହି ଘଟଣା ବିଷୟରେ ଜାଣିବା ପାଇଁ ଉମରକୋଟ ରେଞ୍ଜେର ଶହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥଲୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗା ଯୋଗ ହୋଇ ପରି ନାହିଁ।