-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ବଲାଙ୍ଗିର(ପ୍ରେରଣା ଖବର)- କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୂଲ୍ୟରେ ୧୬ ଜୁନ୍, ୨୦୨୪ ଅପରାହ୍ନ ତିନିଟାରେ ଶ୍ରୀ ରାମଚନ୍ଦ୍ର ଭବନ କଟକ ଠାରେ ରାଜ୍ଯସ୍ତରୀୟ ବସୁମତୀ ସ୍ନାନ ସାରସ୍ବତ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବଲାଙ୍ଗିର ବରପାଲି ପଡାର ବିଶିଷ୍ଟ କବି ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ରାଜ୍ଯ ସ୍ତରୀୟ ବସୁମତୀ ମାଆ ସମ୍ମାନ ୨୦୨୪ ପ୍ରଦାନ କରିଛନ୍ତି । ଡଃ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସଭା ସଞ୍ଚାଳନ ଓ ଶ୍ରୀମତୀ ବିଜୟାଲକ୍ଷ୍ମୀ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ହେମନ୍ତ
କୁମାର ଜେନା, ମୁଖ୍ୟବକ୍ତା ଶ୍ରୀ ରାଖାଲ ଚନ୍ଦ୍ର ସ୍ବାଇଁ, ସମ୍ମାନିତ ଅତିଥି ଶ୍ରୀ ବିପିନ ବିହାରୀ ବାରିକ, ଶ୍ରୀ ବିଶ୍ବଜିତ ସୂର୍ଯ୍ୟବଂଶୀ, ଡଃ ଦିପାୟନ ପଟ୍ଟନାୟକ, ଡଃ ସେହ୍ନାଶ୍ରୀ ସ୍ବାଇଁ, ଶ୍ରୀ ବିପିନ ଦଲାଇ, ଶ୍ରୀ ଲଲିତେନ୍ଦୁ ପଲାଉରି, ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଶ୍ରୀ ପଣ୍ଡିଆଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଖବର ପ୍ରସାରିତ ହେବାପରେ ନିଷାନ୍ ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ, ସଭାପତି ଶ୍ରୀ ଶ୍ଯାମ ସୁନ୍ଦର ପ୍ରଧାନ, ମୁଖ୍ୟ ଉପଦେଷ୍ଟା ଶ୍ରୀ ସୋମନାଥ ମିଶ୍ର ତଥା ଶତାଧିକ କବି କବୟିତ୍ରୀ ଶ୍ରୀ ପଣ୍ଡିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।