-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ସିନ୍ଧେକେଲା(ଦୀନେଶ ଜୈନ):ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ଶନିବାର ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ଯାତ୍ରା ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପରମ୍ପରା ଅନୁଯାୟୀ ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯାଇଥିଲା। ବିଧି ମୁତାବକ ପୂଜା ପରେ ସୁବାସିତ ଅଭିମନ୍ତ୍ରିତ ଜଳରେ ଶ୍ରୀବିଗ୍ରହ ମାନଙ୍କୁ ୧୦୮ ଗଡୁ ଜଳରେ ମହାସ୍ନାନ କରାଯାଇଥିଲା । ରାଜା ଅରୁଣ ସିଂଦେଓ କର୍ତ୍ତା ଭାବରେ ଯୋଗ ଦେଇଥିବା ବେଳେ ପୂଜକ ଭାବରେ ମନ୍ଦିର ପୂଜକ ପ୍ରମୋଦ ପାଣିଗ୍ରାହୀ, କାଜୁ ପାଣିଗ୍ରାହୀ ସହ ବରିଷ୍ଠ ପଣ୍ଡିତ କାର୍ତ୍ତିକ ତ୍ରିପାଠୀ, ଭଜମନ ତ୍ରିପାଠୀ, ସୁନିଲ ପଣ୍ଡା , ବିଶ୍ୱ ପୁରୋହିତ,କୁନମୁନ ପଣ୍ଡା ପ୍ରମୁଖ ଯୋଗଦେଇ ପୂଜା କାର୍ଯ୍ୟ ସମ୍ପାଦିତ କରିବା ସହ ମହାପ୍ରଭୁଙ୍କୁ ଜଳାଭିଷେକ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ସଭାପତି ଉମାକାନ୍ତ ସାହୁ, ସମ୍ପାଦକ ଅନିଲ ତ୍ରିପାଠୀ, କୋଷାଧ୍ୟକ୍ଷ ଜଗନ୍ନାଥ ଜୈନ, ସାଂସଦ ପ୍ରତିନିଧି ଅନିଲ ନାଏକ, ଅଗ୍ରୱାଲ ସଭା ଅଧ୍ୟକ୍ଷ ପ୍ରସନ୍ନ ଜୈନ, ସମ୍ପାଦକ ସୁନିଲ ଜୈନ, ପୂର୍ବତନ ଅଧ୍ୟକ୍ଷ ଫୁଲଚନ୍ଦ ଜୈନ, ବଣିକ ସଙ୍ଘ ସଭାପତି ସୁବାଷ ଜୈନ ସମ୍ପାଦକ ସନ୍ତୋଷ ଜୈନ, ବିଜେପି ସିନ୍ଧେକେଲା ମଣ୍ଡଳ ସମ୍ପାଦକ କହ୍ନେୟା ଜୈନ, ପରମା ସାହୁ, ହେମନ୍ତ ସାହୁ, ବରିଷ୍ଠ ନେତା ମୁନିରାମ ଜୈନ, ବରିଷ୍ଠ ସମାଜସେବୀ କରମ ଚନ୍ଦ ଜୈ ଗୌରୀ ଶଙ୍କର ଜୈନ, ଶୀତଳ ଜୈନ, ସାମ୍ବାଦିକ ଦିନେଶ ଜୈନ ପ୍ରମୁଖ ସାମିଲ ହୋଇଥିଲେ ।