-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
06-May-2024
କର୍ଲାମୁଣ୍ଡା:୬/୫(ପ୍ରଦୀପ କୁମାର ସାହୁ)
ୱେବିବକ ୟୁନିଭର୍ସିଟି, ଘାନା ତରଫରୁ ଓମ ପ୍ରକାଶ ସାହୁଙ୍କୁ ଡ଼କ୍ଟରେଟ ଉପାଧିରେ ସମ୍ମାନିତ ହୋଇଥିବା ଜଣାପଡିଛି l ନୂଆଦିଲ୍ଲୀ ସ୍ଥିତ କନଷ୍ଠିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ ଠାରେ ଲତା ଫାଉଣ୍ଡେସନ ଓ ଏକ୍ସସ୍କଲୁସିଭ ୱାର୍ଲଡ଼ ରେକର୍ଡ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ୱେବିକ ବିଶ୍ୱବିଦ୍ୟାଳୟ, ଘାନା ର କୁଳପତି ଡ଼ଃ ଫେଲିକ୍ସ ଅଫୋସୁ ଡିଜନ ସମସ୍ତ ପ୍ରତିଭା ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେl ଓଁମ ପ୍ରକାଶ ସାହୁ ଙ୍କ ଘର ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମ ରେ। ଶ୍ରୀ ସାହୁ ବିକ୍ରମ ଦେବ ସରକାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ, ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରୁ ଚିତ୍ରକଳାରେ ମାଷ୍ଟର ଅଫ ଭିଜୁଆଲ ଆର୍ଟ ସମାପ୍ତ କଲାପରେ ଶିକ୍ଷକ ତାଲିମ ଗ୍ରହଣକରି ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ପ୍ରତାପପୁର ଠାରେ ଶିକ୍ଷକତା କରୁଛନ୍ତି l ତାଙ୍କଦ୍ୱାରା ନିର୍ମିତ "ଭାରତର ସଂସ୍କୃତି ଓ ଐତିହ୍ୟ ", "ବାର୍ଥ ଆନିଭର୍ସରୀ ଅଫ ନେତାଜୀ,"ଓ ଓଡିଶା ର ଐତିହ୍ୟ ଉପରେ ଆଧାରିତ ସର୍ବୋଚ୍ଚ ବାଲୁକା ଭାସ୍କର୍ଯ୍ୟ କଳା ତିନିଥର ବିଶ୍ୱରେକର୍ଡ ହାସଲ କରିଛି l ଓ ସେ ଦେଶ ବିଦେଶରୁ ଅନେକ ସରକାରୀ ବେସରକାରୀ ଆନୁଷ୍ଠାନରୁ ସମ୍ମାନିତ ହେବା ସହ ବାଲୁକା କଳାରେ ଗବେଷଣା ଜାରିରଖିଛନ୍ତି l ଉକ୍ତ ସମ୍ମାନ ପଇଲା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସି ପହଁଞ୍ଚୁଛି l