-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
06-May-2024
(ପ୍ରେରଣା ଖବର )
ମିର୍ଦ୍ଧାପାଲି ପଞ୍ଚାୟତ ର କଅଗାଁ ଗ୍ରାମ ଠାରେ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କ ସମସ୍ତ ସମସ୍ୟା କୁ ନେଇ ଆଲୋଚନା ହୋଇଥିଲା। ତାଙ୍କ ସମସ୍ତ ଦାବି ଓ ସମସ୍ୟା ର ସମାଧାନ ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି କଥା ଦେଇଥିଲେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଏବଂ ବିଜୁ ଜନତା ଦଳ କୁ ଦୁଇଟି ଭୋଟ ଦେଇ ଗୋଟିଏ ସାସଂଦ ପାଇଁ ସୁରେନ୍ଦ୍ର ସିଂଭୋଇ ଙ୍କ ଓ ଆଉଗୋଟେ ନିଜ ପାଇଁ ଅନୁରୋଧ କରି ମାଁ ମାନଙ୍କର ଆଶୀର୍ବାଦ କାମନା କରିଥିଲେ । ଏହି ସମାବେଶ କୁ ପରିଚାଳନା କରିଥିଲେ ବଲାଙ୍ଗିର ସଦର ମହିଳା ବ୍ଲକ ସଭାନେତ୍ରୀ ରିନା ଭରାସାଗର ସଭା ରେ ସଭାପତିତ୍ବ କରିଥିଲେ ଯୁବ ସଭାପତି ରାଜେନ୍ଦ୍ର ହୋତା ନେତୃତ୍ବ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ମହାନ୍ତୀ , ବିଧୁଭୁଷଣ ତ୍ରିପାଠୀ , ସୁକାନ୍ତ ପାଣିଗ୍ରାହୀ , ଗୋଲାପ ବାଗ , ପ୍ରଦ୍ୟୁମ୍ନ ହୋତା , ବ୍ଲକ ସଭାପତି ନିହାର ରଞ୍ଜନ ସ୍ବାଇଁ , ବ୍ଲକ ଅଧ୍ୟକ୍ଷା ସରିତା ବାଗ , ପୁଷ୍ପାଞ୍ଜଳୀ ହୋତା ଅନାମିକା ହୋତା , ସୁରୁସୁତା ବାଗ ମଞ୍ଚାସିନ ଥିଲେ ।