-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ

17-Apr-2024



ବଲାଙ୍ଗିର(ପ୍ରେରଣା ଖବର ): ବର୍ତ୍ତମାନ ଖରାର ତାତି ସାଙ୍ଗକୁ ନିର୍ବାଚନୀ ତାତି ମୁଣ୍ଡ ଉପରେ। ନେତା ପ୍ରଚାର ଏବଂ ପ୍ରଶାସକ ବ୍ୟସ୍ତ ଏହି ପର୍ବ ଆୟୋଜନରେ। ଅସହାୟ ନିରାଶ୍ରିତଙ୍କ ଜୀବନ ସଂଗ୍ରାମ କଥା ଏହି ମୁହୂର୍ତ୍ତରେ ଅବା ଆଉ କିଏ ପଚାରେ। ସେ ବି ଜଣେ ଭୋଟର କିନ୍ତୁ ତା' ପାଇଁ କାହାରି ଦରଦ ନାହିଁ। ସହର ଛାତି ଉପରେ ବସବାସ କରୁଥିଲେ ମଧ୍ୟ ଅଳିଏ ଖାଇବା, ଖଣ୍ଡିଏ ଶରୀର ଢାଙ୍କିବା କି ଛାୟାଟିଏ ମୁଣ୍ଡ ଗୁଞ୍ଜିବା ପାଇଁ ତା' ଭାଗ୍ୟରେ ନାହିଁ।

ଏହିପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଆଜି ବଲାଙ୍ଗିର ସହର ମଧ୍ୟରେ ଦେଖିବାକୁ ମିଳିଥିଲା। ରେଲୱେ ଷ୍ଟେସନ-ଖୁଜେନପାଲି-ସାଲେପାଲି ରାସ୍ତା ମଠଖାଇ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପଡି ରହିଥିଲା ଜଣେ ଅସହାୟ ଯୁବକର ଶବ। ୪/୫ ଦିନ ହେଇଯାଇଥିବା ଶବଟି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଟାଉନ ପୋଲିସକୁ ଖବର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ସେହି ଯୁବକଟି ସାଲେପାଲି ନିବାସୀ ୨୭ ବର୍ଷୀୟ ଗଣେଷ ବେହେରା ଅଟେ। ତାର ମାଁଙ୍କର ମୃତ୍ୟୁ ହେଇଯାଇଥିବା ବେଳେ ବାପା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଭେଣ୍ଡିଆ ପୁଅଟି କିଛିଦିନ ଶ୍ରମିକ ଭାବରେ ରୋଜଗାର କରି ପେଟପାଟଣା କରୁଥିଲା। ପରେ ଶରୀର ଅସୁସ୍ଥ ହେବାରୁ ସେହି ପରିତ୍ୟକ୍ତ ଘରେ ୧୫/୨୦ ଦିନ ହେବ ଅଖିଆ ଅପିଆ ନିର୍ବସ୍ତ୍ର ଅବସ୍ଥାରେ ପଡି ରହିଥିଲା। ପରେ ଅନାହାରରେ ତାର ମୃତ୍ୟୁବରଣ ଘଟି ଯାଇଥିଲା।

ଖବର ପାଇ ଟାଉନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ପୋଲିସ ବିଟ ହାଉସ ଅଧିକାରୀ ଗିରି ଧାରୀ ରାକ୍ସା, ଲକ୍ଷ୍ମୀଜୋର ଥାନାର ଏ.ଏସ୍.ଆଇ ଅଶ୍ବିନୀ ଘିବେଲା, ମାଜିଷ୍ଟ୍ରେଟ ଦାୟିତ୍ୱରେ ବଲାଙ୍ଗିର ତହସିଲଦାର ସୁନୀଲ ମେହେରଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବଟି ପଚା ସଢା ଅବସ୍ଥାରେ ପୋକ ସାଲୁବାଲୁ ହୋଇ ପଡି ରହିଥିବା ବେଳେ ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳ ଫାଟି ପଡୁଥିଲା। ଫଳରେ ପୋଲିସ ଅଧିକାରୀ ଉକ୍ତ ଶବକୁ ଟେକି ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ନେବା ପାଇଁ ପୌର ପ୍ରଶାସନର ସହାୟତା ଲୋଡିଥିଲେ। ପୌର ପ୍ରଶାସନର କର୍ମଚାରୀ ଘଟଣାସ୍ଥଳକୁ ଆସିଥିଲେ ହେଁ ଶବକୁ ଦେଖିବା ପରେ ମାନବ ସମ୍ବଳ ଅଭାବ ଦର୍ଶାଇ ହାତ ଟେକି ଦେଇଥିଲେ। ବଲାଙ୍ଗିର ସହରର ୨୧ ଗୋଟି ୱାର୍ଡ ପରିଚାଳନା ଦାୟିତ୍ବରେ ଥିବା ପୌର ପରିଷଦର ଏଭଳି ଅପାରଗତା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଅଟେ।

ତେଣୁକରି ପୋଲିସ ଅଧିକାରୀ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରି ସାହାଯ୍ୟ ଲୋଡିଥିଲେ। ସଂଗଠନର ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିବା ପରେ ଶବକୁ ସାଧାରଣ ଭାବରେ ଉଦ୍ଧାର କରିବା ସହଜସାଧ୍ୟ ନୁହେଁ ବୋଲି ଅନୁଭବ କରିଥିଲେ। ପରେ ୪୦° ପ୍ରଚଣ୍ଡ ରୌଦ୍ରତାପରେ ପିପିଇ କିଟ୍ ମଗେଇ ଧାରଣ କରିବା ପରେ ସେହି ପରିତ୍ୟକ୍ତ ଘରେ ପ୍ରବେଶ କରି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ ଓ ଲିଙ୍କନ ସେଠ ଉକ୍ତ ପୋକ ସାଲୁବାଲୁ ପଚା ଶବକୁ ଉଠାଇଥିଲେ। ଶବକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ନିମନ୍ତେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲସ୍ଥିତ ଶବ ସଂରକ୍ଷଣ କେନ୍ଦ୍ରକୁ ପୋଲିସ ଉପସ୍ଥିତିରେ ଆମ୍ବୁଲାନ୍ସ ଯୋଗେ ନେଇ ସଂରକ୍ଷିତ କରି ଫେରିଥିଲେ।

ଏଠି ସୂଚନାଯୋଗ୍ୟ ଯେ, ଗତ ୪ ଏପ୍ରିଲରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସେହି ପରିତ୍ୟକ୍ତ ଘରେ ନିର୍ବସ୍ତ୍ର ପଡି ରହିଥିବା ସେହି ଅସହାୟ ଯୁବକକୁ ଉଦ୍ଧାର କରିବା ପରେ ବସ୍ତ୍ର ପରିଧାନ କରାଇ ଖାଇବା ପିଇବା ଦେଇ ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ସହ ଡାକ୍ତରଙ୍କ ଦ୍ଵାରା ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ସାଲାଇନ, ଔଷଧ, ଇଂଜେକସନ ଦିଆଯାଇଥିଲା। ପରେ ତାକୁ ହସ୍ପିଟାଲରେ ଆଡମିଟ କରିଦେବା ପାଇଁ ଡାକ୍ତର ପରାମର୍ଶ କରିବାରୁ ପୁରୁଷ ଭେଷଜ ୱାର୍ଡରେ ଭର୍ତ୍ତି କରାଯାଇଥିଲା ଏବଂ ହସ୍ପିଟାଲସ୍ଥିତ ହେଲ୍ପ ଡେସ୍କକୁ ମଧ୍ୟ ଖବର ଦିଆଯାଇଥିଲା। ଯୁବକଟି ଟିକିଏ ସୁସ୍ଥ ଅନୁଭବ କଲେ ତାର ଆଶ୍ରୟ ବ୍ୟବସ୍ଥା ଦାୟିତ୍ୱ ମଧ୍ୟ ନେଇଥିଲା ସଂଗଠନ। ହେଲେ ସେ ହସ୍ପିଟାଲ କର୍ମଚାରୀଙ୍କ ଅଜ୍ଞାତରେ କିପରି ଓ କେବେ ହସ୍ପିଟାଲରୁ ବାହାରି ପୁଣି ସେହି ପରିତ୍ୟକ୍ତ ଘରକୁ ଆସି ପହଞ୍ଚି ଯାଇଥିଲା ତାର କୌଣସି ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ଅସହାୟ ରୋଗୀଟିଏର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ହସ୍ପିଟାଲ କର୍ମଚାରୀ ନେଇ ନ ପାରିବା ଏକ ଦୁର୍ଭାଗ୍ୟଜନକ ବିଷୟ। ଯାହାକି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ବାରମ୍ବାର ଦାବି କରି ଆସୁଛି।

ଏହି ଅସହାୟ ଶବ ଉଦ୍ଧାର କାର୍ଯ୍ୟରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ, ଲିଙ୍କନ ସେଠ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଶ୍ୱେତା ସାହୁ ଓ ଚିନ୍ମୟୀ ବୀର ସାମିଲ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026

You Might Also Like