-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
23-Mar-2024
କଣ୍ଟ!ମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ):କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲଗ୍ରାମପଂଚାୟତସମ୍ବିଳନୀ କକ୍ଷଠାରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା କଣ୍ଟାମାଲ ତାଲୁକ ଆଇନ ସେବା ପ୍ରାଧିକରଣ ଚେୟାରମେନ ଶିବ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ସିନିଅର
ସିଭିଲ ଜଜ ତପନ ବେହେରା , ପ୍ରଥମ ଶ୍ରେଣୀ ବିଚାରପତି ସତ୍ୟନାରାୟଣ ଦାସ ଅତିଥି ଭାବେ ଯୋଗ ଦେଇଥିଲେ l SC & ST ଙ୍କ ଉନ୍ନତି ଏବଂ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଆଇନରେ ସେମାନଙ୍କ ପାଈଁ ରହିଥିବା ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ଶିବିରରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସି. ଓ ଏସଟି ଏବଂ ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ବ୍ୟବଧାନକୁ ଦୂର କରିବା, ତାଙ୍କୁ ଅନ୍ୟମାନଙ୍କ ପରି ସମସ୍ତ ସୁବିଧା ସୁଯୋଗ ଦେବା, ତାଙ୍କର ସୁରକ୍ଷା, ଅର୍ଥନିତିରେ ଉନ୍ନତି, ଶିକ୍ଷା ଏବଂ ସୁବିଧା ସବୁ ଯୋଗାଇଦେବା, ଆଇନଗତ ସାହାଯ୍ୟ ଦେବା ନେଇ ଲୋକମାନଙ୍କୁ ବୁଝାଯାଇଥିଲା । ବରିଷ୍ଠ ଓକିଲ କୈଳାଶ ଚନ୍ଦ୍ର ବାରିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ!ସରପଞ୍ଚ
ପଞ୍ଚାନନ ସାହୁ, ପିଇଓ ଜ୍ଞାନରଞ୍ଜନ ମିଶ୍ର ଙ୍କ ସମତେ ବିଭିନ୍ନ ବିଭାଗର ଅଧିକାରୀ, ପଂଚାୟତକର୍ମଚାରୀ, କୋର୍ଟର ସମସ୍ତ କର୍ମକର୍ତା , ଓକିଲ ଓ ସ୍ବେଚ୍ଛାସେବୀ, ଋଣ୍ଡିମହୁଲ ପଂଚାୟତ ର ଜନସାଧାରଣଭାଗ ନେଇଥିଲେ । ତାଲୁକ ଆଇନସେବା ପ୍ରାଧିକରଣ କର୍ମଚାରୀ ଜ୍ୟୋତିରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l