-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
23-Mar-2024
ଡୁଙ୍ଗୁରିପାଲି,(ପ୍ରେରଣାଖବର)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲ ରେ ବିଶ୍ଵ ଜଳ ଦିବସ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସ ର ଉଦ୍ଦେଶ୍ୟ କହିବା ସହିତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥି ଶିକ୍ଷକ ମନୋଜ କୁମାର ପୂଜାରୀ ଆଧୁନିକ ସମୟରେ ଜଳ ର ପ୍ରୟୋଗାତ୍ମକ ଦିଗ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।
କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ରୀ ଲିପ୍ସା ଯୁଆଡି ସଂଯୋଜନା କରିଥିଲେ । ପ୍ରିତୀ ଖର୍ସେଲ ଓ ରେଖା ବଗର୍ତ୍ତି ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜନନିକ ନାଏକ, ଲିପ୍ସା ଜୁଆଡି, ସୌମ୍ୟା ବରିହା, ସୁଜିତ୍ ସାହୁ, ବିଷ୍ଣୁ ପ୍ରିୟା, ପ୍ରମୁଖ ଦିବସର ଗୁରୁତ୍ଵ ବିଷୟରେ ମତବ୍ୟକ୍ତ କରିଥିଲେ । ସଂଜୀବ ପୂଜାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।