-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
23-Mar-2024
ବଲାଙ୍ଗିର( )/୨୩.୩- ସ୍ଥାନୀୟ ସଦାଇପାଲି ସାଇଟ ନର୍ସିଂ କଲେଜରେ ପୋଷଣ ଖାଦ୍ୟ(ପ୍ରୋଟିନ୍ ଫୁଡ୍)କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବି.ଏସ୍.ସି. ନର୍ସିଂ ଦ୍ୱିତୀୟ ବର୍ଷର ୪୦ ଜଣ ଛାତ୍ରୀଛାତ୍ର ପୋଷଣ ଖାଦ୍ୟ ପ୍ରସ୍ତୁତ କରି କେଉଁ ରୋଗୀ ପାଇଁ କି କି ଖାଦ୍ୟ ଦରକାର, କେଉଁ ଖାଦ୍ୟରେ କେତେ ମାତ୍ରାରେ ପ୍ରୋଟିନ୍ ଅଛି? କ’ଣ ପାଇଁ ଲୋକ ମୋଟା ହୋଇଯାଉଛନ୍ତି ଇତ୍ୟାଦି ବିଷୟରେ ଲୋକଙ୍କୁ ବୁଝାଇ ଦିଆ ଯାଉଥିଲା ।ଏହି କାର୍ଯ୍ୟକ୍ରମରେ ସାଇଟ୍ ପ୍ରତିଷ୍ଠାତା ଡ.ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ କର୍ମଶାଳା ଉଦ୍ଘାଟନ କରିଥିବା ବେଳେ ଲୋପାମୁଦ୍ରା ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ଅଧ୍ୟାପିକା ଅମିୟ ଯୋଷୀ, ଅଶୋକ ପଧାନ, ପ୍ରିୟବ୍ରତ ଖଟୁଆ, ରେସମା ସା, ଜତିନ ରଣା, ଇନ୍ଦ୍ରାଣୀ ବାଗ, ସୁଶ୍ମିତା ସୁନା, ହିତିକା ମହାନ୍ତି, ସୌମ୍ୟ ରଞନ ନାଗ, ଅନିକେତ ପ୍ରଧାନ, ଦେବାଶିଷ ନାଏକ, କୁସୁମ ମଞରୀ ନାଗ, ପ୍ରଜ୍ଞାପରିମିତା ପରିଡା, ଜେନିଫା ନାୟକ, ଅନୁପମା ବାଗ, ଶରତ ପଧାନ ଆଦି ସହଯୋଗ କରିଥିଲେ । ଶେଷରେ କମରୁନ ନିଶା ଧନ୍ୟବାଦ ଦେଇଥିଲେ ।